କାରଗିଲ୍ ବିଜୟ ଦିବସ: ବୀର ସୁପୁତ୍ରଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

କାରଗିଲ୍ ବିଜୟ ଦିବସ: ବୀର ସୁପୁତ୍ରଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାରଗିଲ ବିଜୟକୁ ଆଜି ପୂରିଛି ୨୦ ବର୍ଷ। ୨୬ ଜୁଲାଇ ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧରେ ଭାରତ ଆଜିର ଦିନରେ ବିଜୟୀ ହୋଇଥିଲା। ପ୍ରତିବର୍ଷ ଦେଶ ଆଜିର ଦିନକୁ ବିଜୟ ଦିବସ ବୋଲି ମାନୁଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଦେଶର ବୀର ଯବାନଙ୍କୁ ମନେ ପକାଇ ଶ୍ରଦ୍ଦାଞ୍ଜଳି  ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶର ସୁପୁତ୍ରଙ୍କୁ ମନେ ପକାଇ ସ୍ମରଣ କରିଛନ୍ତି।

କାରଗିଲ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦଳ ପକ୍ଷରୁ ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ଦାୟିତ୍ୱରେ ଥିଲେ। ଏହି ଅବସରରେ ସେ ଯବାନଙ୍କୁ ଭେଟି ମନୋବଳ ବଢ଼ାଇଥିଲେ ବୋଲି ଟ୍ୱିଟ କରି ଏହି ଅବସରରେ ଉଲ୍ଲେଖ କରିଛନ୍ତି।

୧୯୯୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା ପାକିସ୍ତାନ ସେନା ଭାରତ ସୀମାରେ ଅନୁପ୍ରବେଶ କରି ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ଏହାପରେ ଭାରତ ‘ଅପରେଶନ ବିଜୟ’ ଆରମ୍ଭ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଏହି ଯୁଦ୍ଧରେ ୫୨୭ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୧୩୬୩ ଯବାନ ଆହତ ହୋଇଥିଲେ। ଅପରପକ୍ଷେ ପାକିସ୍ତାନର ୩ ହଜାର ଯବାନଙ୍କର ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2OA1GmD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages