ଭୁବନେଶ୍ୱରରେ ଆଇଆଇଏଫ୍‌ଟି ଲାଗି ମାଗଣା ଜମି ଦେବାକୁ ଅପରାଜିତାଙ୍କ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 6, 2019

ଭୁବନେଶ୍ୱରରେ ଆଇଆଇଏଫ୍‌ଟି ଲାଗି ମାଗଣା ଜମି ଦେବାକୁ ଅପରାଜିତାଙ୍କ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ ଟ୍ରେଡ୍‌ (IIFT) ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଭିତ୍ତିଭୂମିର ବିକାଶ ଲାଗି ୫କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଏନେଇ ଗତ ୩ ତାରିଖରେ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସହ ଆଲୋଚନା କରିଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ଅନୁରୋଧ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନ ଖୋଲିଲେ ରାଜ୍ୟରେ ଶିକ୍ଷାର ବିକାଶ ହେବାସହ ରୋଜଗାର ସୁବିଧା ବଢିବ ବୋଲି ଅପରାଜିତା କହିଛନ୍ତି।



from Odisha Reporter https://ift.tt/2JxjoRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages