ପାଟକୁରା ଭୋଟ୍: ସକାଳ ୯ଟା ସୁଦ୍ଧା ୧୨% ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 19, 2019

ପାଟକୁରା ଭୋଟ୍: ସକାଳ ୯ଟା ସୁଦ୍ଧା ୧୨% ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ମତଦାତାମାନେ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସକାଳ ୯ଟା ସୁଦ୍ଧା ମାତ୍ର ୧୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।

ପାଟକୁରା ବିଧାନସଭାରେ ଆଜି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଓ କଂଗ୍ରେସର ଜୟନ୍ତ ମହାନ୍ତି।

ଏହି ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ। ୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୩୧ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୫ଟି ବୁଥରେ ଭିଡି୍ଓଗ୍ରାଫି ବ୍ୟବସ୍ଥା କରାଯାଇଥିବା ବେଳେ ମୋଟ ୪ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି।



from Odisha Reporter https://ift.tt/2YgrVBZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages