ଧୋନିଙ୍କୁ ସିବି ସିରିଜ୍ କଥା ମନେ ପକାଇ ପରାମର୍ଶ ଦେଲେ ଗମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 19, 2019

ଧୋନିଙ୍କୁ ସିବି ସିରିଜ୍ କଥା ମନେ ପକାଇ ପରାମର୍ଶ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ତଥା କ୍ରିକେଟର ଗୌତମ ଗମ୍ଭୀର ଏବେ ସାଂସଦ ହୋଇଯାଇଛନ୍ତି। ତେବେ ଏବେବି ସେ କ୍ରିକେଟର ବିଭିନ୍ନ ପ୍ରସଙ୍ଗରେ ନିଜର ପକ୍ଷ ରଖୁଛନ୍ତି। ବିଶ୍ୱକପ୍‌ର ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତର ପରାଜୟ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଯେଉଁ ଆଲୋଚନା ଚାଲିଛି, ତା’ ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ଏକ ଘରୋଇ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଗମ୍ଭୀର କହିଛନ୍ତି, ଧୋନିଙ୍କ ଅବସର ବାବଦରେ ଭାବବିହ୍ୱଳ ହୋଇ ଭାବିବା ବଦଳରେ ପ୍ରାକ୍ଟିକାଲ୍‌ ହେବା ଜରୁରୀ।

କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଗମ୍ଭୀର କହିଛନ୍ତି, ଏବେ ଭବିଷ୍ୟତ କଥା ଭାବିବା ଜରୁରୀ। ଯେତେବେଳେ ଧୋନି ନିଜେ ଅଧିନାୟକ ଥିଲେ, ସେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଥିଲେ। ମୋର ମନେ ଅଛି, ଅଷ୍ଟ୍ରେଲିଆରେ ସିବି ସିରିଜ୍ ପୂର୍ବରୁ ଧୋନି କହିଥିଲେ ଯେ, ମୁଁ, ସଚିନ୍ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍‌ୱାଗ ସେଥିରେ ଖେଳିପାରିବୁ ନାହିଁ। କାରଣ ଗ୍ରାଉଣ୍ଡ୍ ବଡ଼ ଥିଲା। ତା’ସହିତ ପରବର୍ତ୍ତୀ ବିଶ୍ୱକପ୍‌ ପାଇଁ ଏକ ଯୁବ ଟିମ୍‌କୁ ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି ସେ ଯୁକ୍ତି ରଖିଥିଲେ। ସେତେବେଳେ ସେ କହିଥିଲେ ଯେ, ଭାବବିହ୍ୱଳ ନ ହୋଇ ବାସ୍ତବତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବା ଉଚିତ୍‌।“

ସେ ଆହୁରି କହିଛନ୍ତି, ୨୦୨୩ ବିଶ୍ୱକପ୍ ପାଇଁ ଭାରତ ଜଣେ ନୂଆ ୱିକେଟ୍ କିପର୍‌ ଓ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରସ୍ତୁତ କରିବା ଆବଶ୍ୟକ। ଯୁବ କ୍ରିକେଟରଙ୍କୁ ଖେଳାଇବା ପାଇଁ ଭାରତ ପାଖରେ ଏବେ ସୁଯୋଗ ରହିଛି। ଋଷଭ ପନ୍ତ ହୁଅନ୍ତୁ ବା ସଞ୍ଜୁ ସ୍ୟାମ୍‌ସନ୍ ଅବା ଇଶାନ୍ କିଶନ୍‌ ସମସ୍ତଙ୍କୁ ସୁଯୋଗ ଦିଆଯିବା ଉଚିତ୍। ସେମାନଙ୍କୁ ସୁଯୋଗ ଦେଇ ସେମାନଙ୍କ ଦକ୍ଷତାର ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ସମସ୍ତଙ୍କୁ ଅତିକମ୍‌ରେ ଦେଢ଼ ବର୍ଷ ସୁଯୋଗ ମିଳିବା ଉଚିତ୍‌। ଯଦି ସେମାନେ ଭଲ ପ୍ରଦର୍ଶନ କରିପାରିବେ ନାହିଁ, ତା’ହେଲେ ଅନ୍ୟମାନଙ୍କୁ ସୁଯୋଗ ଦିଆଯିବା ଦରକାର।

ସୂଚନାଯୋଗ୍ୟ, ଧୋନିଙ୍କୁ ୩୮ ବର୍ଷ ହେଲାଣି। ସେ ଏବେ ଅବସର ନେଇଯିବା ଉଚିତ୍ ବୋଲି ଅନେକ ପୂର୍ବତନ କ୍ରିକେଟର୍ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଦଳ ପାଇଁ ଅନ୍ୟ ଜଣେ କେହି ଯୁବ ଖେଳାଳି ଓ୍ୱିକେଟ୍ କିପିଂ କରିବାର ସୁଯୋଗ ପାଇବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି, ଯାହା ଭବିଷ୍ୟତ ପାଇଁ ଜରୁରୀ।



from Odisha Reporter https://ift.tt/32FZvAA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages