ପାକିସ୍ତାନ ମାଟିରେ ଭାରତର କର୍ତ୍ତାରପୁର ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

ପାକିସ୍ତାନ ମାଟିରେ ଭାରତର କର୍ତ୍ତାରପୁର ଆଲୋଚନା

ୱାଘା: କର୍ତ୍ତାରପୁର କରିଡର ନିର୍ମାଣ ଓ ଏ ସମ୍ପର୍କିତ ଆଲୋଚନା ପାଇଁ ଆଜି ଭାରତର ଏକ ପ୍ରତିନିଧି ଦଳ ପାକିସ୍ତାନ ମାଟିରେ ପାଦ ଦେଇଛନ୍ତି। ଆଜି ସକାଳୁ ଭାରତର ପ୍ରତିନିଧି ଦଳ ୱାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଥିଲେ।

ଏହାପରେ ଉଭୟ ଦେଶର ପ୍ରତିନିଧି ଦଳ ପରସ୍ପର ସହ ଅଲୋଚନା କରିଛନ୍ତି। ଭାରତର ପାକିସ୍ତାନ ସହ କର୍ତ୍ତାରପୁର କରିଡର ନିର୍ମାଣ ସମ୍ପର୍କରେ ଆଲୋଚନା କରୁଥିଲେ ହେଁ ଏଥିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ପାକିସ୍ତାନ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡା.ମହମ୍ମଦ ଫୈସଲଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ଦଳ ଏହି ବୈଠକରେ ଯୋଗଦେଇଛନ୍ତି। ବୈଠକ ସମ୍ପର୍କରେ ପାକିସ୍ତାନ ପକ୍ଷରୁ ପାୱାରପଏଣ୍ଟ ଜରିଆରେ ଭାରତକୁ କର୍ତ୍ତାରପୁର କରିଡର ସମ୍ପର୍କରେ ଅବଗତ କରାଯାଇଛି। ଭାରତୀୟ ପ୍ରତିନିଧି ଦଳ ଭିତ୍ତିଭୂମି, ଶ୍ରଦ୍ଧାଳୁଙ୍କ ଯାତାୟାତ ଓ ସୁରକ୍ଷା ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇଛି। ଏଥିସହ କ୍ରୀକ୍‌ ଅଞ୍ଚଳରେ ଏକ ବ୍ରିଜ୍‌ ନିର୍ମାଣ କରିବାକୁ ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନକୁ କହିଛନ୍ତି।

ପାଣିପାଗ ଯେତେ ଖରାପ ଥିଲେ ହେଁ ଏହାର ମୁକାବିଲା ଏବଂ ଶ୍ରଦ୍ଧାଳୁମାନେ କେମିତି ଗୁରୁ ଡେରା ବାବା ନାନକଙ୍କ ପୀଠରେ ପହଞ୍ଚି ପାରିବେ, ସେନେଇ ଭାରତ ସରକାର ଏକ ବ୍ରିଜ୍‌ ନିର୍ମାଣ କରିଛନ୍ତି। ତେଣୁ ପାକିସ୍ତାନ ମଧ୍ୟ ଅନୁରୂପ ବ୍ରିଜ ତା’ ସୀମାନ୍ତରେ ନିର୍ମାଣ କରିବା ଦରକାର ବୋଲି ଭାରତ ପକ୍ଷରୁ ଇସଲାମାବାଦକୁ ଅବଗତ କରାଯାଇଛି।

କର୍ତ୍ତାରୁପର କରିଡର ପାଇଁ ଦ୍ୱିତୀୟଥର ଭାରତ ଓ ପାକିସ୍ତାନ ଆଲୋଚନା କରିଛନ୍ତି। ଏହାପୂର୍ବରୁ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତ ଆସିଥିଲା। ଏପ୍ରିଲ ୨ରେ ଦ୍ୱିତୀୟ ରାଉଣ୍ଡ ବୈଠକ ହେବାର ଥିଲା। କିନ୍ତୁ ପାକିସ୍ତାନ ଖଲିସ୍ତାନୀ ଆତଙ୍କବାଦୀ ଗୋପାଲ ଚାୱଲାଙ୍କୁ କର୍ତ୍ତାରପୁର ଆଲୋଚନା କମିଟିରେ ସାମିଲ କରିବାରୁ ଭାରତ ଆଲୋଚନାକୁ ବାତିଲ କରିଥିଲା। ଏହାପରେ ପାକିସ୍ତାନ ବାଧ୍ୟ ହୋଇ ଗୋପାଲ ଚାୱଲାଙ୍କୁ ଏଥିରୁ ବାଦ ଦେଇଥିଲା।

ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି କରିଡର୍‌ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିବ। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।

ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍‌ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍‌ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଏବଂ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯିବ।



from Odisha Reporter https://ift.tt/2LkVe0m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages