ନୂଆଦିଲ୍ଲୀ: ଆଜି ଖେଳାଯିବ ଚଳିତ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ।
ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିଥିଲା। ତେବେ ଦଳ ପାକିସ୍ତାନଠାରୁ ହାରି ଯାଇଥିଲା। ୧୯୯୨ ମାର୍ଚ୍ଚ ୨୫ ତାରିଖରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ୨୨ ରନ୍ରେ ଜିତିଥିଲା।
ଆଜିର ଫାଇନାଲ୍ ମ୍ୟାଚ୍କୁ ନେଇ ଇଂଲଣ୍ଡ ସଂପର୍କରେ କ୍ରିକେଟ୍ ୱାର୍ଲ୍ଡ କପ୍ ଟ୍ୱିଟର ଆକାଉଣ୍ଟରେ ଏକ ରୋଚକ ତଥ୍ୟ ଦିଆଯାଇଛି। ଏଥିରେ ଲେଖାଯାଇଛି- ୩୨୭ ମାସ, ୧୪୨୪ ସପ୍ତାହ, ୯,୯୬୯ ଦିନ, ୨୩୯,୨୫୬ ଘଣ୍ଟା, ୧୪,୩୫୫,୩୬୦ ମିନିଟ୍ ଓ ୮୬୧,୩୨୧,୬୦୦ ସେକେଣ୍ଡ୍ ପରେ ଜୁଲାଇ ୧୧ ତାରିଖରେ ଇଂଲଣ୍ଡ ପୁରୁଷ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିଲା।
ସୂଚନାଯୋଗ୍ୟ, କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଏଯାବତ ବିଶ୍ୱକପ୍ ହାତେଇ ପାରିନି। ସେହିପରି ନ୍ୟୁଜିଲ୍ୟାଣ୍ଡ ମଧ୍ୟ କେବେ ଚାମ୍ପିଅନ୍ ହୋଇନାହିଁ। ପ୍ରଥମ ସେମି ଫାଇନାଲ୍ରେ ଭାରତକୁ ହରାଇ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।
from Odisha Reporter https://ift.tt/2NQjgCe
No comments:
Post a Comment