ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କଲେ ପାକ କ୍ରିକେଟର ଇମାମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କଲେ ପାକ କ୍ରିକେଟର ଇମାମ୍

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟର ଇମାମ୍ ଉଲ୍ ହକ୍ ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖି ଧୋକା ଦେଇଥିବା ଖବର ସତ। ଜଣେ ଟ୍ଵିଟର ଆକାଉଣ୍ଟଧାରୀ ଇମାମ ଝିଅଙ୍କ ସହ କରିଥିବା ଚ୍ୟାଟର ସ୍କ୍ରିନ୍‌ଶଟ୍ ଶେୟାର କରିଥିଲେ ତାହା ସତ ବୋଲି ମାନିଛନ୍ତି ଇମାମ୍। ଏଭଳି ଭୁଲ୍ ପାଇଁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବୁଝମଣା ପାଇଁ ଏଭଳି ହୋଇଥିବା ଏହି ୨୩ ବର୍ଷୀୟ ପାକିସ୍ତାନୀ କ୍ରିକେଟର କହିଛନ୍ତି। ପିସିବିର ମ୍ୟାନେଜିଂ ଡିରେକ୍ଟର ଓ୍ୱାସିମ୍ ଖାନ୍ ପାକିସ୍ତାନର ‘ଜିଓ ଟିଭି’କୁ ଏହି ସୂଚନା ଦେଇଛନ୍ତି।

ଏହା ଇମାମଙ୍କ ବ୍ୟକ୍ତିଗତ କଥା ଏବଂ ଏଥିରେ ପିସିବି ହସ୍ତକ୍ଷେପ କରିବ ନାହିଁ। କିନ୍ତୁ ଖେଳାଳି ମାନେ ତାଙ୍କର ସମ୍ମାନ ବଞ୍ଚାଇ ରଖିବା ଉଚିତ୍ ବୋଲି ଓ୍ୱାସିମ୍ ଖାନ୍ କହିଛନ୍ତି। କାରଣ ସେମାନେ ପାକିସ୍ତାନ କ୍ରିକେଟ ଟିମର ଜଣେ ଜଣେ ଚେହେରା। ଆଗାମୀ ଦିନରେ ଏଭଳି ଭୁଲ୍ କେହି କ୍ରିକେଟର କରିବା ପିସିବି ଦେଖିବା ପାଇଁ ଚାହେଁ ନାହିଁ ବୋଲି ଓ୍ୱାସିମ୍ ଖାନ୍ କହିଛନ୍ତି।

ସୂଚନାଯୋଗ୍ୟ, ଇମାମ୍ ଉଲ ହକ୍ ହେଉଛନ୍ତି ପାକିସ୍ତାନ ଟିମ୍‌ର ପୂର୍ବତନ କ୍ୟାପଟେନ୍ ଇଞ୍ଜମାମ୍ ଉଲ୍ ହକ୍‌ଙ୍କ ପୁତୁରା। ୨୪ ଜୁଲାଇରେ ଅମନ୍ ନାମକ ଟ୍ୱିଟର୍ ଆକାଉଣ୍ଟଧାରୀ ଇମାମ୍ ଉଲ ହକଙ୍କ ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌ର ସ୍କ୍ରିନଶଟକୁ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ଇମାମ୍‌ ୭ ରୁ ୮ ଜଣ ଯୁବତୀଙ୍କ ସହ ଚ୍ୟାଟିଂ କରୁଥିଲେ। ସେ ସେମାନଙ୍କୁ ‘ବ୍ୟବହାର’ କରିବା ପରେ ଧୋକା ଦେଇଥିଲେ। ସେ ସେମାନଙ୍କୁ କହୁଥିଲେ ଯେ ସେ ସିଙ୍ଗଲ୍‌ ଅର୍ଥାତ ଅବିବାହିତ ଅଛନ୍ତି। ଏହାପରେ ଧୋକା ଖାଇଥିବା ଝିଅ ମାନେ ଅମନ ନାମକ ଟ୍ୱିଟର ଆକାଉଣ୍ଟଧାରୀଙ୍କ ମାଧ୍ୟମରେ ଇମାମଙ୍କ ହ୍ୱାଟସଆପ୍ ଚ୍ୟାଟର ସ୍କ୍ରିନଶଟ୍ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।



from Odisha Reporter https://ift.tt/331xW51

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages