ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ, ଦାନ୍ତ ଯନ୍ତ୍ରଣାରୁ ପାଇବେ ମୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ, ଦାନ୍ତ ଯନ୍ତ୍ରଣାରୁ ପାଇବେ ମୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାନ୍ତ ଯନ୍ତ୍ରଣାର କାରଣ ଯାହା କିଛି ବି ହୋଇଥାଉ ନା କାହିଁକି, ଏହା ଖୁବ୍‌ ଅସହ୍ୟ ହୋଇଥାଏ। ଦାନ୍ତରେ ଯନ୍ତ୍ରଣା ହେବାର ଅନେକ କାରଣ ହୋଇପାରେ। ଅଧିକାଂଶ ଲୋକଙ୍କ ଦାନ୍ତ ପୋକ ଖାଇଯାଏ। ତେଣୁ ଏହା ବିନ୍ଧେ। ସେହିପରି କ୍ୟାଲ୍‌ସିୟମ୍ ଅଭାବରୁ ଦାନ୍ତ ଓ ମାଢ଼ିରେ ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ଯନ୍ତ୍ରଣା ଏତେ ଅସହ୍ୟ ହୋଇଯାଏ ଯେ, ଲୋକେ ପେନ୍‌ କିଲର୍ ଖାଆନ୍ତି। ଦାନ୍ତ ଯନ୍ତ୍ରଣା ପ୍ରଥମେ ଅଳ୍ପ ଅଳ୍ପ ହୋଇଥାଏ। ଠିକ୍ ସମୟରେ ଏହାର ଚିକିତ୍ସା ନକଲେ ପରେ ଏହା ବଢ଼ିଯାଏ। ସେହିପରି ଠିକ୍‌ ସମୟରେ ଏହାର ଚିକିତ୍ସା ନକଲେ ଏହା ମସ୍ତିଷ୍କର ଶିରାକୁ ମଧ୍ୟ ଦୁର୍ବଳ କରିଦିଏ। ତେବେ ଯଦି ଆପଣ କେତେବେଳେ କୌଣସି କାରଣରୁ ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ପାଖରେ କୌଣସି ଔଷଧ ନାହିଁ, ତା’ହେଲେ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ଆପଣାଇ ପାରିବେ। ଏସବୁ ଜିନିଷ ସାଧାରଣତଃ ସମସ୍ତଙ୍କ ଘରେ ନିଶ୍ଚିତ ଉପଲବ୍ଧ ଥାଏ।

ହେଙ୍ଗୁ

ମୌସୁମୀ ରସରେ ହେଙ୍ଗୁ ମିଶାଇ ପେଷ୍ଟ୍‌ ତିଆରି କରନ୍ତୁ। ଏହି ପେଷ୍ଟକୁ ଯନ୍ତ୍ରଣା ହେଉଥିବା ଦାନ୍ତ ପାର୍ଶ୍ୱରେ ଲଗାଇ ୧୫ରୁ ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ଏହା ସବୁଠାରୁ ଶସ୍ତା ଓ ସହଜ ଉପାୟ।

ଲବଙ୍ଗ
ଏହା ବ୍ୟାକ୍ଟେରିଆ ଓ ଅନ୍ୟ କୀଟାଣୁକୁ ନାଶ କରି ଦାନ୍ତରେ ହେଉଥିବା ଯନ୍ତ୍ରଣା କମ୍‌ କରିଥାଏ। ଯେଉଁ ଦାନ୍ତରେ ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେଉଛି, ସେହି ଦାନ୍ତରେ ଆପଣ ଏକ ଲବଙ୍ଗକୁ ଚାବି ରଖନ୍ତୁ।

ପିଆଜ
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ପିଆଜ ଏକ ଉତ୍ତମ ଘରୋଇ ଉପଚାରର ମାଧ୍ୟମ। ଯେଉଁ ଲୋକମାନେ ପ୍ରତ୍ୟେକ ଦିନ କଞ୍ଚା ପିଆଜ ଖାଆନ୍ତି, ସେମାନଙ୍କର ପିଆଜ ଖାଉ ନ ଥିବା ଲୋକଙ୍କ ତୁଳନାରେ ଦାନ୍ତରେ କମ୍ ଯନ୍ତ୍ରଣା ହୋଇଥାଏ। ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି, ତେବେ ପିଆଜ ଚୋବାନ୍ତୁ କିମ୍ବା ଏହାକୁ ଦାନ୍ତ ପାଖରେ ଲଗାଇ ରଖନ୍ତୁ। ଏପରି କରିବା ଦ୍ୱାରା କିଛି ସମୟ ମଧ୍ୟରେ ଆପଣ ଆରାମ୍‌ ଅନୁଭବ କରିବେ।

ରସୁଣ
ରସୁଣରେ ଆଣ୍ଟିବାୟୋଟିକ୍‌ ଗୁଣ ରହିଛି, ଯାହା ଅନେକ ପ୍ରକାରର ସଂକ୍ରମଣ ସହିତ ଲଢ଼ିବା ପାଇଁ କ୍ଷମତା ରଖେ। ଦାନ୍ତରେ ଯନ୍ତ୍ରଣା ସମୟରେ ଦୁଇ ତିନୋଟି ରସୁଣ କୋଳା କଞ୍ଚା ଚୋବାନ୍ତୁ। ଆପଣ ଚାହିଁଲେ ରସୁଣ କାଟି କିମ୍ବା ବାଟି ଯନ୍ତ୍ରଣା ହେଉଥିବା ଦାନ୍ତରେ ଲଗାଇପାରିବେ।

ଲୁଣ ପାଣି

ଗରମ ପାଣିରେ ଲୁଣ ମିଶାଇ କୁଳି କରିବା ଦ୍ୱାରା ମଧ୍ୟ ଦାନ୍ତ ଯନ୍ତ୍ରଣା ଓ ଦାନ୍ତ ମୂଳ ଫୁଲା ଜନିତ ପୀଡ଼ାରୁ ଆରାମ ମିଳିଥାଏ। ଏହି ପାଣି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍‌ ମାଉଥ୍‌ୱାଶ୍‌ ଭଳି କାମ କରେ। କୁଳି କରିବାବେଳେ ଧ୍ୟାନ ରଖନ୍ତୁ ଅତିକମ୍‌ରେ ୩୦ ସେକେଣ୍ଡ ଏହି ପାଣି ପାଟି ଭିତରେ ରହିବା ଦରକାର।

ଧ୍ୟାନ ଦେବା ଜରୁରୀ

– ଯଦି ଦାନ୍ତ ପୋକ ଖାଇଛି, ତା’ହେଲେ ମିଠା, ଚକୋଲେଟ୍‌ ଓ ମାଂସ ଆଦି ଖାଆନ୍ତୁ ନାହିଁ। ସେହିପରି ଥଣ୍ଡା ପାନୀୟ ସେବନରୁ ଦୂରେଇ ରୁହନ୍ତୁ। ନ ହେଲେ ଦାନ୍ତରେ ଯନ୍ତ୍ରଣା ହୁଏ। ସେହିପରି ରାତିରେ ବ୍ରଶ୍ କରି ଶୁଅନ୍ତୁ।

– ଯେଉଁମାନଙ୍କ ଦାନ୍ତରେ କିଛି ସମସ୍ୟା ନାହିଁ ସେମାନ ବି ରାତିରେ ଶୋଇବା ପୂର୍ବରୁ ବ୍ରଶ୍‌ କରିବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ଦାନ୍ତ ସଫା ରହେ ଓ ସୁସ୍ଥ ରହେ। ପୋକ ଖାଇବା ଭଳି ଆଶଙ୍କା କମ୍‌ ହୋଇଯାଏ।



from Odisha Reporter https://ift.tt/2Yt1hC5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages