ମହାଦେବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ସବୁ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 19, 2019

ମହାଦେବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ସବୁ ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନରେ ଶ୍ରଦ୍ଧା ଓ ଭକ୍ତି ଥିଲେ ମହାଦେବ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। ଆମେ ଭକ୍ତିର ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ଅଜାଣତରେ ଏପରି କିଛି ଜିନିଷ ତାଙ୍କୁ ଅର୍ପଣ କରି ଦେଉ ଯାହାକି ତାଙ୍କର ପ୍ରିୟ ନୁହେଁ। ଆଜି ଆସନ୍ତୁ ଜାଣିନେବା କେଉଁ ସବୁ ଜିନିଷ ଦେବ ଦେବ ମହାଦେବଙ୍କୁ ଅର୍ପଣ କରାଯାଏ ନାହିଁ।

ତୁଳସୀ ପତ୍ର:  ଭଗବାନ ଶିବଙ୍କୁ ପୂଜା କରିବା ବେଳେ କେବେ ହେଲେ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ। ପ୍ରଭୁ ଶିବଙ୍କ ନିକଟରେ ଲାଗି ହେଉଥିବା ଭୋଗରେ ବି ତୁଳସୀ ପତ୍ର ପକାଯାଏ ନାହିଁ। ତେବେ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ଏହା ତାଙ୍କ ପୂଜା ଓ ଭୋଗରେ ବ୍ୟବହାର କରାଯାଏ।

ସିନ୍ଦୂର ଟିକା: ସଠିକ୍‌ ଜ୍ଞାନ ନ ଥିବାରୁ ବହୁ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ସିନ୍ଦୂର ଟିକା ଲଗାଇ ଦେଇଥା’ନ୍ତି। କିନ୍ତୁ ଏପରି କରିବା ଉଚିତ ନୁହେଁ। ଭଗବାନ ଶିବଙ୍କୁ ଚନ୍ଦନ ଓ ଭସ୍ମ ଟିକା ଖୁବ୍‌ ପସନ୍ଦ। କିନ୍ତୁ ମାତା ପାର୍ବତୀଙ୍କୁ ସିନ୍ଦୂର ଟିକା ଲଗାଇ ପାରିବେ। କାରଣ ଏହା ସଧବା ନାରୀର ପ୍ରତୀକ।

ଶିବ ପୂଜାରେ ହଳଦୀ: ଭଗବାନ ଶିବଙ୍କ ପୂଜାରେ ହଳଦୀର ବ୍ୟବହାର ବି ବର୍ଜନୀୟ। ଏହା ଭଗବାନ ବିଷ୍ଣୁଙ୍କ ନିକଟରେ ଲାଗି ହୋଇଥାଏ। ହଳଦୀ ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ। ସେହିପରି  ଶ୍ରୀହରି ଅର୍ଥାତ୍‌ ବିଷ୍ଣୁ ସାଂସାରିକ ହୋଇଥିବା ବେଳେ ଏହା ତାଙ୍କର ଖୁବ୍‌ ପସନ୍ଦ। ଅପରପକ୍ଷେ ଭୋଲାବାବା ବୈରାଗୀ ହୋଇଥିବା ବେଳେ ତାଙ୍କୁ ଧଳା କିମ୍ବା ଲାଲ ଚନ୍ଦନ ଲଗାଯାଇଥାଏ।

କେତକୀ ଫୁଲ: ଭଗବାନ ଶିବଙ୍କୁ ଧଳା ରଙ୍ଗ ଫୁଲ ବହୁତ ପସନ୍ଦ। ତେବେ କେତକୀ ଫୁଲ ଧଳା ରଙ୍ଗର ହୋଇଥିବା ସତ୍ତ୍ୱେ ମହାଦେବଙ୍କ ନିକଟରେ ଲାଗି ହୋଇ ନଥାଏ। ଏହାର କାରଣ ବି ଖୁବ୍‌ ରୋମାଞ୍ଚକର। କୁହାଯାଏ, ପୂର୍ବରୁ ଗଛଲତାମାନେ କଥା କହି ପାରୁଥିଲେ। ସେହି ସମୟରେ ଏକ ମିଛ କହି ଧରା ପଡ଼ିଯିବାରୁ କେତକୀ ଫୁଲକୁ ଭଗବାନ ଶିବ ନିଜ ପୂଜାରୁ ଏହାକୁ ବଞ୍ଚିତ କରିଥିଲେ ବୋଲି ଲୋକକଥା ରହିଛି।



from Odisha Reporter https://ift.tt/2XU3aw4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages