ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ପ୍ରତିବାଦରେ ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ପ୍ରତିବାଦରେ ରାସ୍ତାରୋକ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସହର ସ୍ଥିତ ତିନିମୁହାଣିର ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା ପ୍ରତିବାଦରେ ଧର୍ମ ରକ୍ଷା ସେନା ପକ୍ଷରୁ ତିନିମୁହାଣି ଓ ଗୁଲନଗର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଏଥିସହ ଦୋକାନ ବଜାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାସ୍ତା ଅବରୋଧ ଯୋଗୁ ଦୁଇ ପାର୍ଶ୍ଵରେ ଶତାଧିକ ଗାଡ଼ି ମଟର ଅଟକି ରହିଛି। କଟକ ଓ ଚାନ୍ଦବାଲି ମଧ୍ୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଗୋଟିଏ ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଯୁବ ବ୍ୟବସାୟୀ  ବିବେକାନନ୍ଦ ମହାରଣା ଗୁଲନଗର ଛକରୁ ତିନିମୁହାଣିକୁ ଯାଉଥିଲେ। ଏହି ମସୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ବିବେକାନ୍ଦଙ୍କ ପେଟ ଓ ଛାତିରେ ଗୁଳି ବାଜିଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ସ୍ଥାନାନ୍ତର କରାଯାଇଛି।  ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥବା ସନ୍ଦେହ କରାଯାଉଛି।

 



from Odisha Reporter https://ift.tt/2LWQ0Y9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages