ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍ ମ୍ୟାଚ୍ରେ ହାରି ଆଇସିସି ବିଶ୍ୱକପ୍ରୁ ଭାରତ ବିଦାୟ ନେଇଛି। ତେବେ ଦଳ ଏହି ମ୍ୟାଚ୍ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଖୁବ୍ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ଖବର ତାଙ୍କର ଫ୍ୟାନ୍ମାନଙ୍କୁ ଦୁଃଖିତ କରିଛି। ଧୋନିଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ବଲିଉଡ୍ରେ ଅନେକ ସେଲେବ୍ରିଟି ମଧ୍ୟ ଅଛନ୍ତି। ସେମାନଙ୍କୁ ବି ଏ ଖବର ବାଧିଛି। ସେଥିପାଇଁ ତିନି ଦିନ ତଳେ ପ୍ରଖ୍ୟାତ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର ଟ୍ୱିଟ୍ କରି ତାଙ୍କୁ ଅବସର କଥା ନ ଭାବିବାକୁ ଅନୁରୋଧ କରିଥିଲେ। ତାଙ୍କ ପରେ ଏହି ଧାରାରେ ଯୋଡ଼ି ହୋଇଛନ୍ତି ବିଶିଷ୍ଟ ଗୀତିକାର ଜାଭେଦ୍ ଅଖତର୍। ସେ ଟ୍ୱିଟ୍ କରି ଧୋନିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।
ଜାଭେଦ୍ ଅଖତର୍ ଲେଖିଛନ୍ତି, ଜଣେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ହେଉ ଅବା ୱିକେଟ୍ କିପର୍ ଭାବେ ଏମ୍. ଏସ୍ ଧୋନି ଜଣେ ନିର୍ଭରଯୋଗ୍ୟ ଓ ଭରସାଯୋଗ୍ୟ ଖେଳାଳି। ଏହି ଖେଳକୁ ନେଇ ଧୋନିଙ୍କର ଯେଉଁ ଅଭିଜ୍ଞତା ରହିଛି, ତାହା ଟିମ୍ ପାଇଁ ଏକ ଅସ୍ତ୍ର ବୋଲି ବିରାଟ ଗ୍ରହଣ କରିଛନ୍ତି। ତାଙ୍କଠାରେ ଏବେବି ଆହୁରି ବହୁତ କ୍ରିକେଟ୍ ବାକି ଅଛି। କାହିଁକି ତାଙ୍କ ଅବସର ବିଷୟରେ ଆଲୋଚନା ହେଉଛି।
As a middle order batsman or a WK M S Dhoni is a totally dependable n trustworthy. Virat is graceful enough to accept that Dhoni’s understanding of game is an advantage for the team .One can see that a lot of cricket is still left in Him . Why even talk about his retirement
— Javed Akhtar (@Javedakhtarjadu) July 12, 2019
ଅନ୍ୟପକ୍ଷରେ ଲତା ମଙ୍ଗେଶକର୍ ଟ୍ୱିଟ୍ କରି ଲେଖିଥିଲେ,‘ନମସ୍କାର ଏମ୍.ଏସ୍ ଧୋନିଜୀ। ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଆପଣ ଏପରି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି।’
ସେ ଆହୁରି ଲେଖିଥିଲେ ‘ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଏବେ ଅବସର କଥା ଭାବନ୍ତୁ ନାହିଁ।’
from Odisha Reporter https://ift.tt/2jMCsT6
No comments:
Post a Comment