ଆପଣ ଫ୍ରିଜ୍‌ରେ ବଟର୍‌ ରଖି ବ୍ୟବହାର କରୁଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ଆପଣ ଫ୍ରିଜ୍‌ରେ ବଟର୍‌ ରଖି ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ବଟର୍‌କୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟର୍‌କୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, କ’ଣ ଆପଣ ଜାଣିଛନ୍ତି କି ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ USDAର ରିପୋର୍ଟ ଅନୁସାରେ ବଟର୍‌ ହେଉଛି, ଏକମାତ୍ର ଡାଏରୀ ଫୁଡ୍‌, ଯାହା ବିନା ଫ୍ରିଜ୍‌ରେ ମଧ୍ୟ ସୁରକ୍ଷିତ ରହିଥାଏ। ଆପଣ ଭାବୁଥିବେ ଏହା କିପରି ସମ୍ଭବ ? ତେବେ ଆସନ୍ତୁ ଜାଣିବା ବିନା ଫ୍ରିଜ୍‌ରେ ବଟର୍ ବା ଲହୁଣୀକୁ କିପରି ରଖାଯାଇପାରିବ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ।

ବିଭିନ୍ନ ଶୈଳୀରେ ବଟର୍‌କୁ ପ୍ରସ୍ତୁତ କରାଯାଇଥାଏ। ଏହା ଏକମାତ୍ର ଦୁଗ୍ଧଜାତ ଦ୍ରବ୍ୟ ଯାହାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବିନା ଫ୍ରିଜ୍‌ରେ ରଖାଯାଇପାରିବ। ଏଥିରେ ୮୦ ପ୍ରତିଶତ ଫ୍ୟାଟ୍‌ ରହିଛି। ବଟର୍‌ରେ ପାଣିର ମାତ୍ରା ବହୁତ କମ୍‌ ଥିବାରୁ ଏହା ବ୍ୟାକ୍ଟେରିଆଙ୍କୁ ଆକର୍ଷିତ କରିପାରେନାହିଁ।

ଏହାର ଅନ୍ୟ ଏକ କାରଣ ହେଉଛି, ବଟର୍‌ ଫୁଟା କ୍ଷୀରରୁ ପ୍ରସ୍ତୁତ ହେଉଥିବାରୁ ଏଥିରେ ବ୍ୟାକ୍ଟେରିଆଙ୍କର ବଂଶବୃଦ୍ଧି ଏତେ ସହଜରେ ହୋଇପାରିନଥାଏ। ଆହୁରି ମଧ୍ୟ ଆପଣ ବଟର୍‌ରେ ଲୁଣର ବ୍ୟବହାର କରି ବ୍ୟାକ୍ଟେରିଆଙ୍କ ବୃଦ୍ଧିକୁ କମ୍‌ କରିପାରିବେ। କିନ୍ତୁ ବଟର୍‌କୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହା ପାଣି ସଂସ୍ପର୍ଶରେ ଆସିଥାଏ ଏବଂ ବ୍ୟାକ୍ଟେରିଆଙ୍କ ବୃଦ୍ଧି ସହଜ ହୋଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟକିରଣ ଓ ଲାଇଟ୍‌ଠାରୁ ଦୂରେଇ ରଖିଲେ, ବଟର୍‌କୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର୍‌ କରି ରଖାଯାଇପାରିବ। କିନ୍ତୁ ଗରମ ଦିନମାନଙ୍କରେ ଏହାକୁ ଆପଣ ଫ୍ରିଜ୍‌ରେ ରଖି ବ୍ୟବହାର କରିପାରିବେ।



from Odisha Reporter https://ift.tt/2S83q4i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages