ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ କୁମୁଡ଼ାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟର ଜଣେ ଅନ୍ତେବାସୀନିର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ନନ୍ଦିନୀ କାଡ୍ରାକା। ସେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ।
ପ୍ରତିଦିନ ଭଳି ଗତକାଲି ରାତିରେ କସ୍ତୁରବା ହଷ୍ଟେଲରେ ଥିବା ୧୩୦ ଜଣ ଛାତ୍ରୀ ଖାଇସାରି ନିଜ ରୁମ୍କୁ ଫେରୁଥିଲେ। ଏହି ସମୟରେ ନନ୍ଦିନୀ କାନ୍ଥରେ ଓହଳି ଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଏହାପରେ ତାଙ୍କୁ ଅନ୍ୟ ଅନ୍ତେବାସୀମାନେ ତାଙ୍କୁ ଉଦ୍ଧାର କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଛାତ୍ରୀ ଜଣଙ୍କୁ ସଙ୍ଗେ ସଙ୍ଗେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ଖବର ପାଇ ରାୟଗଡ଼ା ଏସ୍ପି ଡ.ସର୍ବଣ ବିବେକ କସ୍ତୁରବା ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଏଥିସହ ଜିଲ୍ଲା ଶିକ୍ଷାଧିକାରୀ ମୃତ ଛାତ୍ରୀଙ୍କ ପରିବାରକୁ ସାକ୍ଷାତ କରିବା ସହ କୁମୁଡାବାଲି ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ମୁନିଗୁଡା ଡାକ୍ତରଖାନାକୁ ଆସିବାପରେ ଝିଅର ମୃତ୍ୟୁ ହୋଇଥିବା ନେଇ ଜାଣିପାରିଥିବା ମୃତ ଛାତ୍ରୀଙ୍କ ବାପା କହିଛନ୍ତି।
from Odisha Reporter https://ift.tt/2YOKWIS
No comments:
Post a Comment