ଆଶ୍ରୟ ଗୃହରେ ଯୌନ ନିର୍ଯାତନା ଘଟଣା: ଜେଲ୍ ଗଲେ ନିର୍ଦ୍ଦେଶକ ସରୋଜ ଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 22, 2019

ଆଶ୍ରୟ ଗୃହରେ ଯୌନ ନିର୍ଯାତନା ଘଟଣା: ଜେଲ୍ ଗଲେ ନିର୍ଦ୍ଦେଶକ ସରୋଜ ଦାସ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ଟାଉନ ଥାନା ପୁଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ହାଜର ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ସରୋଜଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ତେବେ ଅନ୍ୟ ଅଭିଯୁକ୍ତ କେୟାର ଟେକର କମଳିନୀ ପୂଜାରୀ ଓରଫ ବଡ଼ ମମିଙ୍କୁ ଗିରଫ କରିବାକୁ ପୀଡ଼ିତାଙ୍କ ପରିବାର ଲୋକେ  ଦାବି କରିଛନ୍ତି।

ଭବାନୀପାଟଣାରେ ଥିବା ଆଶ୍ରୟ ଗୃହ ଭିଜନରେ ଅନ୍ତେବାସୀ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହାପରେ ପୁଲିସ ତତ୍ପର ହୋଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ପୁଲିସ  ରବିବାର ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ବିଧାନସଭା ମଧ୍ୟ ହୁଲସ୍ତୁଲ ହୋଇଥିଲା।



from Odisha Reporter https://ift.tt/2M4mTly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages