ସାମାନ୍ୟ ବଚସାରୁ ବାପାକୁ ହାଣିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

 ସାମାନ୍ୟ ବଚସାରୁ ବାପାକୁ ହାଣିଲା ପୁଅ

ବାଲେଶ୍ୱର(ଶଶୀକାନ୍ତି ବେହେରା):  ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଘଟିଛି। ବାପ ପୁଅଙ୍କ ମଧ୍ୟରେ ହୋଇଥିବା ସାମାନ୍ୟ ବଚସାରୁ ବାପାଙ୍କ ଜୀବନ ଗଲା। ଉତ୍ତ୍ୟକ୍ତ ପୁଅର ଭୁଜାଲି ଚୋଟରେ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ବାପା। ମୃତକ ହେଲେ ଜୟକୃଷ୍ଣ ମଲ୍ଲିକ। ଅଭିଯୁକ୍ତ ପୁଅ ଶରତ ମଲ୍ଲିକ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି।

ସୋର ଟେଣ୍ଟେଇ ବେହେରା ସାହିର ଜୟକୃଷ୍ଣଙ୍କ ସହ ପୁଅ ଶରତର କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାପରେ  ଶରତ ଉତ୍ତ୍ୟକ୍ତ ହୋଇ ବାପାଙ୍କ  ଛାତି ଓ ବେକକୁ ଭୁଜାଲିରେ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ଜୟକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା।  ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/32EWJLX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages