ଆଜି ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ଆଜି ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍

ନୂଆଦିଲ୍ଲୀ: ଆଜି ଆସିବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍।  ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ପେଡ଼ିରେ କ’ଣ ରଖିଛନ୍ତି ଏବେ ତା’ଉପରେ ସମସ୍ତଙ୍କ ନଜର ରହିଛି। ଏଥର ଅର୍ଥମନ୍ତ୍ରୀଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର  ୫.୮ ପ୍ରତିଶତକୁ ଖସି ଆସିଥିଲା। ଫଳରେ  ଦ୍ରୁତତମ ଅଭିବୃଦ୍ଧି ହାସଲ ଦେଶ ମାନ୍ୟତାରେ ଭାରତ, ଚୀନଠାରୁ ପଛରେ ପଡିଯାଇଥିଲା। ସେ ଦୃଷ୍ଟିରୁ ଉତ୍ପାଦନ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିର୍ମଳାଙ୍କ ପ୍ରାଥମିକତା ହେବ।

ଖାସ୍ କରି ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଲାଗି ମନରେଗା ଭଳି ଯୋଜନାରେ ଅର୍ଥ ବୃଦ୍ଧି କରିବାକୁ ପଡିବ। ତା’ସହିତ ପିଏମ୍ କିଷାନ, ଆୟୁଷ୍ମାନ ଭାରତ, ମାଗଣା ଏଲପିଜି, ବିଦ୍ୟୁତକରଣ, ହାଉସିଂ ଓ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ଭଳି ଜନହିତକର ଯୋଜନାରେ ଅର୍ଥ ବ୍ୟୟ ଜାରି ରଖିବାକୁ ପଡିବ। ଅନ୍ୟପକ୍ଷରେ ପାଣି ସମସ୍ୟା ଦୂର ଲାଗି ସରକାର ଆରମ୍ଭ କରିଥିବା ମହତ୍ୱାକାଂକ୍ଷୀ ଜଳଶକ୍ତି ଅଭିଯାନ ପାଇଁ ବଡ଼ ଧରଣର ଅର୍ଥ ବରାଦର ଆବଶ୍ୟକତା ପଡ଼ିବ। ତେଣୁ ଅଭିବୃଦ୍ଧି ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟରେ  ଅର୍ଥମନ୍ତ୍ରୀ କିଭଳି ସମାନତା ରକ୍ଷା କରୁଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିବ।



from Odisha Reporter https://ift.tt/2JcBsS7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages