ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା-ପାପଡାହାଣ୍ଡି ରାସ୍ତାରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୋହିତ ଅଗ୍ରୱାଲ। ତାଙ୍କ ଘର ଉମରକୋଟ ସହରର ବୋଲି ଜଣାପଡ଼ିଛି।
ଗତକାଲି ସକାଳେ ରୋହିତ ନିଜର ବ୍ୟବସାୟ କାମରେ କୋଡିଙ୍ଗା ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପାପଡାହାଣ୍ଡି ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ରୋହିତଙ୍କ ସାନ ଭାଇ ଉମରକୋଟ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ନିଜ ପୁଅର ଏଭଳି ଅକାଳ ବିୟୋଗରେ ଭାଙ୍ଗି ପଡ଼ି ବାପା ମଧ୍ୟ ପ୍ରାଣ ହରାଇଥିଲେ। ନିଜ ବିଧବା ମାଆର ଶେଷ ଆଶା ଥିବା ରୋହିତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
from Odisha Reporter https://ift.tt/2JP3br6
No comments:
Post a Comment