କୁଳଭୂଷଣଙ୍କ ମାମାଲରେ ଭାରତ ଖର୍ଚ୍ଚ କରୁଛି ୧ ଟଙ୍କା, ପାକିସ୍ତାନ କୋଟି କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 17, 2019

କୁଳଭୂଷଣଙ୍କ ମାମାଲରେ ଭାରତ ଖର୍ଚ୍ଚ କରୁଛି ୧ ଟଙ୍କା, ପାକିସ୍ତାନ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ସଜା କାଟୁଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ିବା ପାଇଁ ଦେଶର ପ୍ରତିଷ୍ଠିତ ଓକିଲ ହରିଶ ସାଲଭେ ୧ ଟଙ୍କା ନେଇଛନ୍ତି। ମାତ୍ର ଏକ ଟଙ୍କାରେ ଭାରତ ସରକାରଙ୍କ ପକ୍ଷରୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ରେ ହରିଶ ସାଲଭେ ଲଢ଼ୁଛନ୍ତି। ଅନ୍ୟପଟେ ପାକିସ୍ତାନ ପକ୍ଷରୁ କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ଦର୍ଶାଇବା ପାଇଁ ଲଢ଼ୁଛନ୍ତି ଖାଓ୍ୱର କୁରେଶୀ। ଏଥିପାଇଁ ସେ ୨୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।

ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ୨୦୧୭ ମେ ୧୫ରେ ଏକ ଟ୍ଵିଟ୍ କରି ଏବାବଦରେ ସୂଚନା ଦେଇଥିଲେ ଯେ, ହରିଶ ସାଲଭେ ଯାଧବଙ୍କ ମାମଲା ଲଢିବା ପାଇଁ ଏକ ଟଙ୍କା ନେଇଛନ୍ତି।

ଅନ୍ୟପଟେ ପାକିସ୍ତାନ ସରକାର ଗତ ବର୍ଷ ସଂସଦରେ ବଜେଟ୍ ଉପସ୍ଥାପନ କରିବା ବେଳେ ଆଇସିଜେରେ ଯାଦବଙ୍କ ବିରୋଧରେ କେସ୍ ଲଢିବା ପାଇଁ ଓକିଲ ଖାଓ୍ଵର କୁରେସୀଙ୍କୁ ୨୦ କୋଟି ଟଙ୍କା ଦିଆଯାଇଛି ବୋଲି କହିଥିଲେ। କେମ୍ବ୍ରିଜ ୟୁନିଭର୍ସିଟିରେ ଆଇନରେ ସ୍ନାତକ ହାସଲ କରିଥିବା କୁରେସୀ ଆଇସିଜେରେ ସବୁଠୁ କମ୍ ବୟସର ଓକିଲ ମଧ୍ୟ ଅଟନ୍ତି।

ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ବ୍ୟୟବହୁଳ ଓକଲି ସରକାର ଚୟନ କରିବାକୁ ନେଇ ମଧ୍ୟ ସୋଶାଲ ମିଡିଆରେ ସମାଲୋଚନାର ଶିକାର ହୋଇଛି।

ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୧୯୫୫ ମସିହାରେ ଜନ୍ମିତ ସାଲଭେଙ୍କ ଦୈନିକ ପାରିଶ୍ରମିକ ୩୦ ଲକ୍ଷ ଟଙ୍କା। କିନ୍ତୁ କୁଳଭୂଷଣଙ୍କ ପାଇଁ ସେ ମାତ୍ର ୧ ଟଙ୍କା ନେଉଛନ୍ତି ଦରମା। ୧୯୯୯-୨୦୦୨ ପର୍ଯ୍ୟନ୍ତ ସେ ଦେଶର ସଲିସ୍ଟର ଜେନେରାଲ ଥିଲେ। ସାଲଭେଙ୍କ ବାପା ଏନକେରି ସାଲଭେ ପୂର୍ବତନ କଂଗ୍ରେସ ସାଂସଦ ଏବଂ କ୍ରିକେଟ ପ୍ରଶାସକ ଥିଲେ।



from Odisha Reporter https://ift.tt/2YZjubl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages