ଲଗାଣ ବର୍ଷା ଯୋଗୁ ପାଣି ଘେରରେ ନବରଙ୍ଗପୁରର ନଦୀକୂଳିଆ ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

ଲଗାଣ ବର୍ଷା ଯୋଗୁ ପାଣି ଘେରରେ ନବରଙ୍ଗପୁରର ନଦୀକୂଳିଆ ଗାଁ

ନବରଙ୍ଗପୁର( ନବଘନ ବିଷୋୟୀ):   ଗତ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁ ନବରଙ୍ଗପୁରର ନଦୀକୂଳିଆ ଗାଁଗୁଡିକ ଏବେ ପାଣି ଘେରରେ।  କୋଷାଗୁମୁଡ଼ା ବ୍ଲକ ଘାଟବାସୁଲି ଗାଁର ୨ଟି ଓ୍ୱାର୍ଡର ୨ ହଜାର ଲୋକ ଏବେ ପାଣି ଘେରରେ ରହିଛନ୍ତି । ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ।  ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି।  କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ ସହାୟତାରେ ପ୍ରଶାସନ ଘାଟବାସୁଲି ଗ୍ରାମବାସୀଙ୍କୁ ରିଲିଫ ବାଣ୍ଟୁଛନ୍ତି ।

ସେହିଭଳି ବିଞ୍ଜିଲି ପଞ୍ଚାୟତର ୫ଟି ଗାଁ ମଧ୍ୟ ପାଣି ଘେରରେ ରହିଛି । ଏହି ପଞ୍ଚାୟତର ଘାଟଚୁରା, କାଟାଗୁଡା, ନୂଆଗୁଡ଼ା, ଆଳୁପଦର , ଲାଞ୍ଜିଆଗୁଡା  ଗାଁ ଏବେ ପାଣି ଘେରରେ । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଓଡ୍ରାଫ ଟିମ୍‌ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ଅଧିକ ବର୍ଷା ହେଲେ ପରିସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଆଗେଇବ ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର ।



from Odisha Reporter https://ift.tt/2K3WsLm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages