ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ତାଳକଣି ଗାଁର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳାଙ୍କ ନାଁ ପ୍ରଭାସିନୀ ବେହେରା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଆଜି ଭୋରୁ ପ୍ରଭାସିନୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପ୍ରଭାସିନୀଙ୍କ ମୃତଦେହ ମିଳିଥିବା ପୋଖରୀରେ ପାଣି କମ୍ ଥିଲା। କମ୍ ପାଣିରେ ଜଣେ ବୁଡ଼ିଯିବା ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏହାସହ ତାଙ୍କ ମୃତଦେହରେ କ୍ଷତ ଚିହ୍ନ ବି ରହିଛି। ତେଣୁ ତାଙ୍କୁ ହତ୍ୟା କରିବା ପରେ ପୋଖରୀକୁ ଫୋପାଡ଼ି ଦିଆଯାଇଥିବା ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗାଁର କିଛି ଲୋକଙ୍କ ସହ ପ୍ରଭାସିନୀଙ୍କ ବିବାଦ ଥିଲା। ଏନେଇ କୋର୍ଟରେ ବି ମାମଲା ଚାଲିଛି।
from Odisha Reporter https://ift.tt/2yvQmg5
No comments:
Post a Comment