ଇସ୍ରାଏଲ: ୧୭ ସେପ୍ଚେମ୍ୱରରେ ଇସ୍ରାଏଲରେ ମଧ୍ୟବର୍ତ୍ତୀ ନିର୍ବାଚନ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ନିର୍ବାଚନୀ ବିଜ୍ଞାପନ ଦେଖିବାକୁ ମିଳିଛି। ବେଞ୍ଜାମିନଙ୍କ ଦଳ ଲିକୁଡ୍ ପାର୍ଟିର ଅଫିସ କୋଠାରେ ଏହି ବିଜ୍ଞାପନ ହୋର୍ଡିଂ ଦେଖିବାକୁ ମିଳିଛି।
ଖାଲି ଭାରତର ପ୍ରଧାନମନ୍ତ୍ରୀ ମୋଦି ନୁହେଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବେଞ୍ଜାମିନଙ୍କ ଫଟୋ ସେହି କୋଠାରେ ଲଗାଯାଇଛି। ବିଶ୍ୱ ସ୍ତରରେ ତିନି ପ୍ରମୁଖ ଦେଶର ନେତାଙ୍କ ସହ ବେଞ୍ଜାମିନଙ୍କର ବନ୍ଧୁତ୍ଵ ରହିଥିବାର ବାର୍ତ୍ତା ଭୋଟରଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ବିଜ୍ଞାପନ ଜରିଆରେ ଦର୍ଶାଇଛି ଲିକୁଡ୍ ପାର୍ଟି।
ସୂଚନାଯୋଗ୍ୟ, ଗତ ମେ ମାସରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ହୋଇଥିଲା। ଲିକୁଡ ପାର୍ଟି ଏକକ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଥିଲା। ମେଣ୍ଟ ସମ୍ଭବପର ନହେବାରୁ ସେଠାରେ ସେପ୍ଚେମ୍ୱରରେ ମଧ୍ୟବର୍ତ୍ତୀ ନିର୍ବାଚନ କରାଯିବା ପାଇଁ ସ୍ଥିର ହୋଇଛି।
ତେବେ ସେପ୍ଚେମ୍ୱର ୧୭ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସେପ୍ଚେମ୍ୱର ୯ରେ ଦିନିକିଆ ଭାରତ ଗସ୍ତରେ ଆସିବେ ବେଞ୍ଜାମିନ୍ ନେତାନ୍ୟାହୁ । ରାଜନୀତିକ ସମୀକ୍ଷକଙ୍କ ମତରେ ଏହି ଗସ୍ତ ଜରିଆରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ସରକାର ସହ ତାଙ୍କ ଘନିଷ୍ଠତା ରହିଛି, ତାହା ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଯାହା ନିର୍ବାଚନ ବେଳେ ତାଙ୍କ ଦଳ ପାଇଁ ଲାଭଦାୟକ ହୋଇପାରେ।
from Odisha Reporter https://ift.tt/2K9rikD
No comments:
Post a Comment