କଣ୍ଟାଜାତୀୟ ହେବା ସତ୍ତ୍ୱେ ଘରେ କାହିଁକି ଲଗାଯାଏ ଗୋଲାପ ଗଛ, କ’ଣ କହୁଛି ବାସ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

କଣ୍ଟାଜାତୀୟ ହେବା ସତ୍ତ୍ୱେ ଘରେ କାହିଁକି ଲଗାଯାଏ ଗୋଲାପ ଗଛ, କ’ଣ କହୁଛି ବାସ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ତିଆରି ବେଳେ ପ୍ରାୟ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥା’ନ୍ତି। ବେଡ୍‌ ରୁମ୍‌, ପୂଜା ଘର, ରୋଷେଇ ଘର, ଷ୍ଟୋର ରୁମ୍‌ ଓ ବାଥ୍‌ ରୁମ୍ ଆଦି ଘରର କେଉଁ ସ୍ଥାନରେ ରହିବ, ସେ ନେଇ ଲୋକେ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଭୁଲି ନ ଥା’ନ୍ତି। ସେହିପରି ଘରେ କେଉଁଠି କେଉଁ ଜିନିଷ ରଖିଲେ ଭଲ, ସେ ନେଇ ବି ଲୋକେ ପରାମର୍ଶ ନିଅନ୍ତି।

ଏହା ସତ୍ତ୍ୱେ ଅନେକଙ୍କ ଘରେ ସୁଖଶାନ୍ତି ପରିବର୍ତ୍ତେ ସବୁବେଳେ କଳିଝଗଡ଼ା ଲାଗି ରହେ ଓ ଆର୍ଥିକ ଅନଟନ ପିଛା ଛାଡ଼େନି। ତା’ହେଲେ କେଉଁଠି ଭୁଲ୍ ରହିଗଲା। ଆପଣ କେବେ ଭାବିଛନ୍ତି, ଆପଣଙ୍କ ଘର ଆଖପାଖରେ ଥିବା କିଛି ଗଛ ବି ଏହାର କାରଣ ହୋଇପାରନ୍ତି। ତେଣୁ ଘରେ ଗଛ ଲଗାଉଥିଲେ, ବାସ୍ତୁ ପ୍ରତି ବି ଧ୍ୟାନ ଦିଅନ୍ତୁ। ତା’ହେଲେ ଆସନ୍ତୁ ଜାଣିବା କେଉଁ ଗଛକୁ ବଗିଚାରେ ଲଗାଇଲେ ଭଲ ଓ କେଉଁ ଗଛ ଘରର ପାଚେରି ବାହାରେ ରହିଲେ ଭଲ। ସେହିପରି ଘରର କେଉଁ କୋଣରେ ଗଛ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୁଏ, ସେ ବିଷୟରେ ବି ଜାଣିବା।

କିଛି ଗଛ ଅଛି, ଯେଉଁଗୁଡ଼ିକୁ ଘର ବଗିଚାରେ ଲଗାଇଲେ ଶୁଭ ବୋଲି କୁହାଯାଏ। ସେଥିମଧ୍ୟରେ ରହିଛି ଡାଳିମ୍ବ, ନଡ଼ିଆ, ଅଶୋକ, ଗୋଲାପ, ବକୁଳ, ଚମେଲି ଓ ଚମ୍ପା ଆଦି ଗଛ। ହେଲେ ଆମ୍ବ, ଜାମୁକୋଳି, ଅଶ୍ୱସ୍ତ ଓ କଣ୍ଟାଜାତୀୟ ଗଛକୁ ଘର ପରିସରରେ ଲଗାଇବା ଉଚିତ୍ ନୁହେଁ।

କଣ୍ଟାଜାତୀୟ ଗଛକୁ ଘର ପରିସରରେ ଲଗାଇବାକୁ ବାରଣ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଗୋଲାପ ଗଛକୁ ଘର ବାଡ଼ିରେ ଲଗାଇବାକୁ କେହି ମନା କରନ୍ତି ନାହିଁ। ଏହାକୁ ଆପଣ ବଗିଚାରେ ଲଗାଇ ପାରିବେ। କଣ୍ଟା ଜାତୀୟ ଗଛ ହୋଇଥିବା ସତ୍ତ୍ୱେ ଏହାକୁ ଘର ବଗିଚାରେ ଲଗାଯାଇପାରିବ। ଏହାକୁ ଲକ୍ଷ୍ମୀଙ୍କର ପ୍ରିୟ ପୁଷ୍ପ ବୋଲି କୁହାଯାଏ। ନିୟମିତ ଭାବେ ପ୍ରତି ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ଭକ୍ତିର ସହ ଗୋଲାପ ଫୁଲ ଅର୍ପଣ କଲେ ଘରେ ଧନସମ୍ପତ୍ତିର ଅଭାବ ରହେ ନାହିଁ ବୋଲି କୁହାଯାଏ।

ଶୁଭ ଫଳ ପ୍ରାପ୍ତି ପାଇଁ ତୁଳସୀ ଗଛକୁ ସବୁବେଳେ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ୍‌। ଏପରି କଲେ ଘରେ ସବୁବେଳେ ସୁଖସମୃଦ୍ଧି ବଜାୟ ରହେ।

ବର ଓ ଅଶ୍ୱସ୍ତ ଗଛକୁ କେବେ ବି ଘର ପରିସରରେ ଲଗାଇବା ଉଚିତ୍ ନୁହେଁ। ଏହାକୁ ସବୁବେଳେ ଘରର ପାଚେରି ବାହାରେ ଲଗାନ୍ତୁ।

 



from Odisha Reporter https://ift.tt/2GzG9nD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages