ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଲୁଟିନେଲେ ସୁନା ଗହଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଲୁଟିନେଲେ ସୁନା ଗହଣା

ଭବାନୀପାଟଣା (ରାଜ କୁମାର ସିଂଦେଓ): ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ। ଆଉ ସିସିଟିଭିରେ ଲୁଟ୍‌ର ପୂରା ଦୃଶ୍ୟ ବି କଏଦ ହୋଇଛି।

ଅଭିଯୋଗ ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ମାଉସୀମା’ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଘରକୁ ଫେରୁଥିଲା ସମୟରେ ରାସ୍ତାରେ ତିନିଜଣ ଯୁବକ ହଠାତ୍‌ ତାଙ୍କୁ ଅଟକାଇଥିଲେ। ଉପରୁ ଅର୍ଡର ଆସିଛି କହି ସେମାନେ ତାଙ୍କୁ ସମସ୍ତ ସୁନା ଗହଣା ଖୋଲି ଦେବାକୁ କହିଥିଲେ। ମହିଳା ଜଣଙ୍କ ପ୍ରଥମେ ମନା କରିଥିଲେ। ହେଲେ ଯୁବକମାନେ ତାଙ୍କୁ ଏନେଇ ବାଧ୍ୟ କରିବା ସହିତ ପିଟିବାକୁ ଧମକ ଦେବା ପରେ ସେ ଅସହାୟ ହୋଇ ପିନ୍ଧିଥିବା ସବୁ ସୁନା ଗହଣା ଖୋଲି ଏକ ପଲିଥିନ୍‌ରେ ରଖିଥିଲେ। ଏହାପରେ ଉକ୍ତ ତିନି ଯୁବକ ସେହି ସୁନା ଗହଣ ନେଇ ଫେରାର ହୋଇଯାଇଥିଲେ।

ଏନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ନିକଟରେ ଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ହେଲେ ଲୁଟେରାଙ୍କ ଟେର୍ ପାଇ ନ ଥିଲେ। ପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2YQPjDh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages