ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଧ୍ୟରାତ୍ରୀ ଯାଏ ଚାଲିଲା ଲୋକସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଧ୍ୟରାତ୍ରୀ ଯାଏ ଚାଲିଲା ଲୋକସଭା

ନୂଆଦିଲ୍ଲୀ: ଗତକାଲି  ଲୋକସଭା ରାତି ୧୧ଟା ୫୯ ମିନିଟ୍ ଯାଏ ଚାଲିଥିଲା। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଧ୍ୟରାତ୍ରି ଯାଏ ଚାଲିଥିଲା ଲୋକସଭା। ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ବୈଷୟିକ କାରଣ ପାଇଁ ଲୋକସଭାକୁ ରାତି ୧୧ଟା ୫୯ ମିନିଟରେ ସ୍ଥଗିତ ରଖାଯାଇଥିଲା। ନହେଲେ, ସେ ରାତି ୩ଟା ଯାଏ ଗୃହ ଚଳାଇଥାନ୍ତେ ବୋଲି କହିଛନ୍ତି।

ଗତକାଲି ୨ଟା ୪୫ ମିନିଟରେ ଚାଷୀ ମୃତ୍ୟୁକୁ ନେଇ ଲୋକସଭାରେ ଆଲୋଚନା ହୋଇଥିଲା। ଏହି ସମୟରେ ୯୦ ଜଣ ସାଂସଦ ଉପସ୍ଥିତ ଥିଲେ। ଦେଶରେ ଚାଷୀ ଆତ୍ମହତ୍ୟା ଏବଂ ଚାଷ ଅନୁପଯୋଗୀ ସ୍ଥିତି ଉପରେ ଗୃହରେ ଆଲୋଚନା ହୋଇଥିଲା। ଏହି ସମୟରେ ସରକାର ଚାଷ ଜମିକୁ ପାଣି ଏବଂ ଉପଯୁକ୍ତ ପରିମାଣର ବିହନ ଯୋଗାଇ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ଏହାପରେ ମୋଦି ସରକାର ଚାଷୀଙ୍କ ସ୍ୱାର୍ଥରେ କାମ କରୁନଥିବା ବିରୋଧୀ ଅଭିଯୋଗ ଆଣିଥିଲେ।

ଜବାବରେ ଶାସକ ଦଳର ସାଂସଦ କହିଥିଲେ ମୋଦି ସରକାରର ପ୍ରଥମ ପାଳିରେ ଚାଷୀ ମାନେ ଚାଷ କରି ଅଧିକ ଦୁଇ ପଇସା ରୋଜଗାର କରିଛନ୍ତି। ଯାହାକି ସରକାର ଚାଷୀଙ୍କ ପ୍ରତି କେତେ ଚିନ୍ତିତ ତାହା ପ୍ରମାଣ କରିଛି। ତେବେ ରାତି ୧୧ଟା ୫୯ ମିନିଟରେ ସଂସଦ ସ୍ଥଗିତ ହେବା ବେଳକୁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦାବିରେ ବାବଦରେ ଆଲୋଚନା ହେଉଥିଲା।

ସୂଚନାଯୋଗ୍ୟ, ଜୁଲାଇ ୧୧ ତାରିଖରେ ଲୋକସଭା ରାତି ୧୧ଟା ୫୮ ମିନିଟ୍ ଯାଏ ଚାଲିଥିଲା। ଯାହା ୧୮ ବର୍ଷରେ ପ୍ରଥମ ଥିଲା।



from Odisha Reporter https://ift.tt/2NZO3g1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages