ଇନ୍ଧନ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ ଅବତରଣ କଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

ଇନ୍ଧନ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ୧୫୩ ଜଣ ଯାତ୍ରୀଙ୍କୁ ନେଇ ମୁମ୍ୱାଇରୁ ଦିଲ୍ଲୀ ଯାଉଥିବା ଭିସ୍ତାରାର ୟୁକେ୯୪୪ ବିମାନ ୧୫ ତାରିଖରେ ଲକ୍ଷ୍ନୌରେ ଅବତରଣ କରିଥିଲା। ଦିଲ୍ଲୀରେ ପାଣିପାଗ ଖରାପ ଏବଂ ଅଳ୍ପ ଇନ୍ଧନ ଥିବା ଜାଣିବା ପରେ ବିମାନଟି ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବିମାନ ଅବତରଣ କରିବା ବେଳେ ବିମାନରେ ମାତ୍ର ୩୦୦ କିଲୋ ଇନ୍ଧନ ଥିଲା। ଯାହା କେବଳ ୧୦ ମିନିଟ୍ ଉଡ଼ାଣ ପାଇଁ ଯଥେଷ୍ଟ। କିନ୍ତୁ ଦିଲ୍ଲୀରେ ପାଣିପାଗ ଖରାପ ଥିବାରୁ ସେଠାରେ ସଫଳ ଅବତରଣ କରିବା କ୍ଷେତ୍ରରେ ରିସ୍କ ରହିଥାନ୍ତା। ତେଣୁ ପାଇଲଟ  ଲକ୍ଷ୍ନୌରେ ଅବତରଣ କରିବାକୁ ଚିନ୍ତା କରିଥିଲେ। ଲକ୍ଷ୍ନୌରେ ମଧ୍ୟ ସମାନ ପାଣିପାଗ ଥିଲା। ଏହାପରେ ପ୍ରୟାଗରାଜ ନହେଲେ କାନପୁର ବିମାନ ବନ୍ଦରରେ ବିମାନ ଅବତରଣ କରିବା ପାଇଁ ପାଇଲଟ ଚିନ୍ତା କରୁଥିଲେ।

ଏହାପରେ ଲକ୍ଷ୍ନୌରେ ପାଣିପାଗ ବଦଳି ଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଯାତ୍ରୀଙ୍କ ସୁରକ୍ଷା ଏବଂ ଇନ୍ଧନ ମିଳିବାରେ କୌଣସି ଅସୁବିଧା ହେବନି ଦେଖି ଲକ୍ଷ୍ନୌରେ ହିଁ ବିମାନ ଅବତରଣ କରିଥିଲା।

ବିମାନ ଚଳାଚଳ ବିଶେଷଜ୍ଞ ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟତଃ ଏ-୩୨୦ ଏନଇଓ ଏୟାରବସ ବିମାନ ମୁମ୍ୱାଇରୁ ଦିଲ୍ଲୀ ଯାଉଥିଲେ ୬୦ ମିନିଟର ଅତିରିକ୍ତ ଇନ୍ଧନ ନେଇ ଉଡ଼ାଣ ଭରିଥାଏ। ଏହି ଅତିରିକ୍ତ ଇନ୍ଧନ ମୁଖ୍ୟତଃ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର ହୋଇଥାଏ। କିନ୍ତୁ ଭିସ୍ତାରର ଏହି ବିମାନରେ ଆବଶ୍ୟକ ପରିମାଣର ଇନ୍ଧନ ନଥିଲା ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2JNRv84

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages