ମହିଳାଙ୍କ ପେଟରୁ ବାହାରିଲା ୧.୫ କେଜି ଅଳଙ୍କାର ଓ କଏନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

ମହିଳାଙ୍କ ପେଟରୁ ବାହାରିଲା ୧.୫ କେଜି ଅଳଙ୍କାର ଓ କଏନ୍

କୋଲକାତା: ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫ କିଲୋଗ୍ରାମର ଅଳଙ୍କାର ଏବଂ କଏନ୍‌ ବାହାରିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ରମପୁରହଟ ସରକାରୀ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଡାକ୍ତରମାନେ ଅପରେସନ୍‌ କରି ତାଙ୍କ ପେଟରୁ ଏହି ସବୁ ଅଳଙ୍କାର ଓ କଏନ୍‌ ବାହାର କରିଛନ୍ତି। ମହିଳା ଜଣଙ୍କ ମାନସିକ ରୋଗୀ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରାୟ ୨୬ ବର୍ଷ ହୋଇଥିବା।

ଏହି ମହିଳାଙ୍କ ପେଟ ଭିତରୁ ୧୯ଟି ପାଞ୍ଚ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ୍ ସହିତ ଚେନ୍, ନାକଫୁଲ, କାନଫୁଲ ଓ ଚୁଡି ଆଦି ବାହାର କରାଯାଇଥିବା ଡାକ୍ତର କହିଛନ୍ତି।

ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି, ଗହଣାଗୁଡ଼ିକ ସୁନା, ରୁପା ଓ ତମ୍ବାରେ ତିଆରି ହୋଇଛି।

ଏହି ମହିଳାଙ୍କ ମାଆ କହିଛନ୍ତି ଯେ ତାଙ୍କ ଝିଅ କିଛି ଦିନ ହେବ ମାନସିକ ସନ୍ତୁଳନ ହରାଇ ବସିଛି। ତା’ସହିତ ଘରରୁ ସୁନାଗହଣା ସହିତ ପୁଅ ଦୋକାନରୁ କଏନ୍ ଗାଏବ ହୋଇଯାଉଥିଲା। ଏନେଇ ତାକୁ ପଚରାଯିବାରେ ସେ କେବଳ କାନ୍ଦିଥିଲା। ଏହା ପରେ ତା ଉପରେ ନଜର ରଖାଯାଇଥିଲା। ସେ କଏନ୍‌ଗୁଡ଼ିକୁ ଗିଳି ପକାଉଥିବା ଦେଖିବା ପରେ ଆମେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ।



from Odisha Reporter https://ift.tt/30TENeR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages