ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବାହୁଡ଼ା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଭାଇ,ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ଓ ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍ ରୁଟ୍ ଚାର୍ଟ।
ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍ କିମ୍ବା ଆଇଟିଆଇ ପାର୍କିଂ ସ୍ଥଳରେ ରହିବେ। ସେମାନେ ବାଲିଘାଟ ଓ ବୀର ହରେକୃଷ୍ଣପୁର ଦେଇ ଫେରିବେ।
ଭୁବନେଶ୍ୱରରୁ ବାଇକ୍ରେ ଆସୁଥିବା ଲୋକେ ଉତ୍ତରା, ମାଳତୀପାଟପୁର ପରେ ବାଟଗାଁ, ମଙ୍ଗଳାଘାଟ ଦେଇ ଓଲ୍ଡ ଜେଲ୍ ଏରିଆ, ଜଗନ୍ନାଥବଲ୍ଲଭ କିମ୍ବା ମଶାଣି ଚଣ୍ଡି ଛକ ପାର୍କିଂ ସ୍ଥଳରେ ରହିବେ। ସେହିପରି ଜଟିଆବାବାଜୀ ଛକ ଓ ଅଠରନଳା ରୁଟ୍ରେ ମାଳତୀପାଟପୁର ଦେଇ ସେମାନେ ଫେରିବେ।
ଅପରପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ବସ୍ ଓ ଟ୍ରେନ୍ରେ ଆସୁଥିବା ଯାତ୍ରୀମାନେ ମାଳତୀପାଟପୁର ଓ ତାଳବଣିଆକୁ ଆସିବେ। ଏଠାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମୋଟ ୬୦ଟି ବସ୍ର ବ୍ୟବସ୍ଥା କରାଯାଇଛି।
from Odisha Reporter https://ift.tt/32nRkZC
No comments:
Post a Comment