ଆଜି ପୁଣି ଅହମଦାବାଦ କୋର୍ଟରେ ମାନହାନୀ ମୋକଦ୍ଦମାର ସାମ୍ନା କରିବେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ଆଜି ପୁଣି ଅହମଦାବାଦ କୋର୍ଟରେ ମାନହାନୀ ମୋକଦ୍ଦମାର ସାମ୍ନା କରିବେ ରାହୁଲ ଗାନ୍ଧି

ଅହମଦାବାଦ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ମାନାହାନୀ ମୋକଦ୍ଦମାର ସାମ୍ନା କରୁଛନ୍ତି। ଆଜି ଅହମଦାବାଦ କୋର୍ଟରେ ରାହୁଲ ଗାନ୍ଧି ପ୍ରତ୍ୟକ୍ଷ ଭାବରେ ହାଜର ହୋଇ ଚଳିତ ମାସର ଚତୁର୍ଥ ମାନହାନୀ ମୋକଦ୍ଦମାର ସାମ୍ନା କରିବେ। ଏଥିପାଇଁ ସେ ଅପରାହ୍ନ ୧୨ଟା ସୁଦ୍ଧା ଗୁଜରାଟ ପହଞ୍ଚିବାର ସୂଚନା ରହିଛି।

ସୂଚନାଯୋଗ୍ୟ ରାହୁଲ ଗାନ୍ଧି ଏବଂ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କ ଏବଂ ଅଧ୍ୟକ୍ଷ ଅଜୟ ପଟେଲଙ୍କ ନାଁରେ ଦୂର୍ନୀତି ଅଭିଯୋଗ ଆଣିଥିଲେ। ଗତବର୍ଷ ଏକ ମୁମ୍ୱାଇ ଆରଟିଆଇ କର୍ମୀଙ୍କ ତଥ୍ୟକୁ ଆଧାର କରି ଏହି ଅଭିଯୋଗ ଆଣିଥିଲେ ରାହୁଲ ଗାନ୍ଧି ଏବଂ ସୁରଜେଓ୍ୱାଲା। ସେ କହିଥିଲେ ନୋଟବନ୍ଦୀ ସମୟରେ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କ୍ ୭୪୫.୫୯ କୋଟି ଟଙ୍କାର କଳା ଟଙ୍କାକୁ ଧଳା କରିଛି।

ଏହାପରେ ବ୍ୟାଙ୍କ ଏବଂ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ପଟେଲ ତାଙ୍କ ଉପରେ ଆସିଥିବା ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଏହି ଦୁଇ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ଏପ୍ରିଲ ୯ରେ ଉଭୟଙ୍କୁ ଅହମଦାବାଦ କୋର୍ଟ ନୋଟିସ ପଠାଇଥିଲେ। ମେ ୨୭ରେ ରାହୁଲଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିଲା କିନ୍ତୁ ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ। ପରେ ଆଜି କୋର୍ଟରେ ହାଜର ହୋଇ ଉଭୟ ରାହୁଲ ଏବଂ ସୁରଜେଓ୍ୱାଲା ନିଜର ପକ୍ଷ ରଖିବେ। ସୂଚନାଥାଉ କି ଏହି ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରହିଛନ୍ତି।

ଚଳିତମାସରେ ୩ଟି ମାନହାନୀ ମୋକଦ୍ଦମାର ସାମ୍ନା କରିସାରେଲଣି ରାହୁଲ ଗାନ୍ଧି। ପ୍ରଥମ ଦୁଇଟିରେ ଜାମିନ ପାଇସାରିଥିବା ବେଳେ ତୃତୀୟ ମାମଲାରେ ରାହୁଲ ଗାନ୍ଧି ଅହମଦାବାଦ କୋର୍ଟରେ ହାଜର ହୋଇନଥିଲେ। ସେହିପରି ଆଜି ଚତୁର୍ଥ ମାନହାନୀ ମୋକଦ୍ଦମା ରହିଛି ସମାନ କୋର୍ଟରେ।



from Odisha Reporter https://ift.tt/2XGtQjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages