ବିରାଟ ଓ ରୋହିତଙ୍କୁ ‘ଇଣ୍ଟରନେଟ୍‌ ଜେଜେମା’ ଚୁମା ଦେଲେ, ଆଶୀର୍ବାଦ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 2, 2019

ବିରାଟ ଓ ରୋହିତଙ୍କୁ ‘ଇଣ୍ଟରନେଟ୍‌ ଜେଜେମା’ ଚୁମା ଦେଲେ, ଆଶୀର୍ବାଦ କଲେ

ବର୍ମିଂହାମ୍‌: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଗତକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ଏହି ମ୍ୟାଚ୍‌କୁ ୨୮ ରନ୍‌ରେ ଜିତି ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛି। ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୩୧୪ ରନ୍ କରିଥିବା ବେଳେ ହିଟ୍‌ ମ୍ୟାନ୍ ରୋହିତ ଶର୍ମା ପୁଣି ଏକ ଶତକ ମାରି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେ ୯୨ଟି ବଲ୍‌ରୁ ୧୦୪ ରନ୍ କରିଥିଲେ। ସେ ସିନା ପଡ଼ିଆରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ, କିନ୍ତୁ ପଡ଼ିଆ ବାହାରେ ଆଉ ଜଣଙ୍କ ଉପରେ ଥିଲା ସମସ୍ତଙ୍କ ନଜର। ସେ ହେଉଛନ୍ତି ଚାରୁଲତା ପଟେଲ। ତାଙ୍କୁ ୮୭ ବର୍ଷ ହେଲାଣି।

ଗତକାଲି ସେ ଭାରତୀୟ ଟିମ୍‌କୁ ସମର୍ଥନ କରିବାକୁ ଆସିଥିଲେ। ଷ୍ଟାଡିୟମ୍‌ରେ ବସି ଖେଳ ଦେଖୁଥିବା ଲୋକେ ଅନେକ ସମୟରେ ତାଙ୍କୁ ଦେଖି ବେଶ୍ ଉତ୍ସାହିତ ହୋଇପଡୁଥିଲେ। କାରଣ ଏ ବୟସରେ ବି ଚାରୁଲତା ଚୁପ୍‌ଚାପ ଖେଳ ଦେଖୁ ନଥିଲେ। ସେ ପୂରା ଜୋଶ୍‌ରେ ଖେଳ ଦେଖୁଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଛୋଟ ପିଲା ଓ ଯୁବକଯୁବତୀଙ୍କ ଭଳି ମଝିରେ ମଝିରେ ପେଁକାଳି ବଜାଉଥିଲେ। ଏମିତିକି ଗୋଟାଏ ଦିନ ଭିତରେ ତାଙ୍କୁ ଏକ ନୂଆ ପରିଚୟ ବି ମିଳିଯାଇଛି। ତାଙ୍କୁ କୁହାଯାଉଛି ‘ଇଣ୍ଟରନେଟ୍ ଜେଜେମା’। ତାଙ୍କ ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଅନ୍ୟମାନଙ୍କ ଭଳି ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମନ ବି ଜିଣି ନେଇ ଯାଇଛନ୍ତି।

‘କ୍ରିକେଟ୍ ୱାର୍ଲ୍ଡ କପ୍‌’ ପକ୍ଷରୁ ଏକ ଭିଡିଓ ଟ୍ୱିଟ୍‌ କରାଯାଇଛି। ଏଥିରେ ମ୍ୟାଚ୍‌ ପରେ ବିରାଟ କୋହଲି ଓ ରୋହିତ ଶର୍ମା ତାଙ୍କୁ ଭେଟିଥିବା ଦେଖିବାକୁ ମିଳୁଛି। ସେ ଉଭୟଙ୍କୁ ବହୁତ ଗେଲ କରିଛନ୍ତି। ସେମାନଙ୍କୁ ଚୁମା ଦେଇଛନ୍ତି ଓ ଆଶୀର୍ବାଦ ବି କରିଛନ୍ତି। ସେ ବିରାଟଙ୍କୁ କିଛି କହୁଥିବା ମଧ୍ୟ ଦେଖିବାକୁ ମିଳିଛି। ଚାରୁଲତାଙ୍କୁ ଭେଟି ବିରାଟ ଓ ରୋହିତ ବି ବେଶ୍ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ପୋଷ୍ଟ୍ ହେବାର ୮ ଘଣ୍ଟା ମଧ୍ୟରେ ଏହାକୁ ୨ ଲକ୍ଷ ୯୫ ହଜାର ଲୋକ ଦେଖି ସାରିଥିବା ବେଳେ ୪୦ ହଜାର ଲୋକ ଲାଇକ୍‌ କରିଛନ୍ତି। ୯ ହଜାର ଲୋକ ଏହାକୁ ରି଼ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଆପଣମାନେ ଯଦି ଭିଡିଓଟିକୁ ଦେଖି ପାରି ନାହାନ୍ତି, ତା’ହେଲେ ନିମ୍ନରେ ଦେଖି ନିଅନ୍ତୁ।



from Odisha Reporter https://ift.tt/2xqoWHY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages