ପୁଣି  ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୧୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

 ପୁଣି  ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୧୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପୁଣି ଦେଖାଦେଲାଣି ଡେଙ୍ଗୁ ଆତଙ୍କ। ବର୍ଷା ଦିନ ଆରମ୍ଭ ନ ହେଉଣୁ କାୟା ବିସ୍ତାର କଲାଣି ଡେଙ୍ଗୁ।  ଏଥର ଡେଙ୍ଗୁ କବଳରେ ପଡ଼ିଛନ୍ତି ୧୨ ଜଣ। ସେମାନଙ୍କ ମଧ୍ୟରୁ ୧୧ ଜଣ କେନ୍ଦ୍ରାପଡ଼ା ଜିଲାର ହୋଇଥିବା ବେଳେ ଜଣେ ହେଉଛନ୍ତି  କୋରାପୁଟ ଜିଲାର। ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଲିଚନ୍ଦ୍ରପୁର ଗାଁରେ ବ୍ୟାପିଛି ଡେଙ୍ଗୁ । ଗାଁର ପ୍ରାୟ ୧୦୦ରୁ  ଅଧିକ ଲୋକ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ  ହୋଇଥିଲେ। ୧୧ ଜଣଙ୍କ ରକ୍ତ ପରୀକ୍ଷାରୁ  ସେମାନେ ଡେଙ୍ଗୁରେ ଆକ୍ରାନ୍ତ ଥିବା ସୂଚନା ମିଳିଛି  । ସମସ୍ତ ଆକ୍ରାନ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି  କରାଯାଇଛି । ଏପଟେ ଡେଙ୍ଗୁ ବ୍ୟାପିବା ଖବର ପାଇ ଗାଁରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଅସୁସ୍ଥଙ୍କ ରକ୍ତ ନମୂନା ସଂଗ୍ରହ  କରିଛି। ତେବେ ଗାଁରେ ଆହୁରି କେତେକ ଲୋକ ଅସୁସ୍ଥ ଥିବା  ଏବଂ ସେମାନଙ୍କ ପାଇଁ ଚିକିତ୍ସା ସୁବିଧା ନଥିବାରୁ ଗାଁକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପଠାଇବାକୁ ଦାବି ହୋଇଛି।

ସେହିପରି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦୋରାଗୁଡ଼ା ପଞ୍ଚାୟତରେ ମଧ୍ୟ ଡେଙ୍ଗୁ ଆତଙ୍କ ଦେଖା ଦେଇଛି। ଦୋରାଗୁଡ଼ାସ୍ଥିତ   ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ର ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।  ଛାତ୍ରଙ୍କ ରକ୍ତ ନମୁନା ଡେଙ୍ଗୁ ପଜିଟିଭ୍ ଥିବା ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର କହିଛନ୍ତି ।

ସେବାଶ୍ରମରେ କିଛି ଛାତ୍ର ଜ୍ୱରରେ ପୀଡିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।  ଅସୁସ୍ଥ ଥିବା ୫ ଜଣ ଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଜଣେ ଛାତ୍ରଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି।  ଅନ୍ୟ ୪ ଜଣଙ୍କୁ ମ୍ୟାଲେରିଆ ହୋଇଥିବା କହିଛନ୍ତି ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର।

ତେବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ଛାତ୍ରଙ୍କ ନିକଟରେ ଡେଙ୍ଗୁର କୌଣସି ଲକ୍ଷଣ ଦେଖା ଯାଉନଥିବା କହିଛନ୍ତି ମେଡିକାଲ ଅଫିସର। ତେଣୁ କିଛି ଦିନ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ତାଙ୍କ ଚିକିତ୍ସା କରାଯିବା ପରେ  କୋରାପୁଟ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ସେବାଶ୍ରମର ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଏହା ଡେଙ୍ଗୁ ଯୋଗୁ ହୋଇଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2ZwzaTy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages