ଆପଣଙ୍କ ଆଖିରେ ଟେରାପଣ ସମସ୍ୟା ରହିଛି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ଆପଣଙ୍କ ଆଖିରେ ଟେରାପଣ ସମସ୍ୟା ରହିଛି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଜଣେ ସୁସ୍ଥ ମଣିଷର ଦୁଇ ଆଖି ଗୋଟିଏ ଦିଗକୁ ହିଁ ଦେଖିଥାଏ ଏବଂ ଫୋକସ୍‌ ମଧ୍ୟ କରିଥାଏ। ଆଖି ଭିତରେ ଆସୁଥିବା ଛବିକୁ ବ୍ରେନ୍‌ ଷ୍ଟଡି କରିଥାଏ। ସେଥିପାଇଁ ଜଣେ ମଣିଷ ଗୋଟିଏ ହିଁ ଛବି ଦେଖିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଗୋଟିଏ ଆଖି ସିଧା ଏବଂ ଅନ୍ୟଟି ବଙ୍କା ଥାଏ, ଆମେ ତାହାକୁ ‘ସ୍କୁଇଣ୍ଟ୍‌’ ବା ଟେରାପଣ ବୋଲି କହିଥାଉ।  ଟେରାପଣ କେଉଁ କାରଣରୁ ହୋଇଥାଏ ଏବଂ କେଉଁ ସବୁ ସମସ୍ୟା ଥିଲେ, ଟେରାପଣ ଦେଖାଯାଇଥାଏ, ଆସନ୍ତୁ ଜାଣିବା।

୧. ଆଖି ଯଦି ବଙ୍କା କିମ୍ୱା ଟେରା ଅଛି, ତେବେ ଦୁଇ ଆଖି ଗୋଟିଏ କିମ୍ୱା ଦୁଇଟି ଜିନିଷକୁ ଅଲଗା ଅଲଗା ଭାବରେ ଦେଖିଥାଏ। ଗୋଟିଏ ଜିନିଷକୁ ଦେଖୁଥିଲେ ମଧ୍ୟ ସେହି ବ୍ୟକ୍ତିଙ୍କର ମସ୍ତିଷ୍କରେ ଦୁଇଟି ଛବି ଆସିଥାଏ। ଯାହାକୁ ଆମେ ‘ଡିପ୍ଲୋପିଆ’ ବୋଲି କହିଥାଉ। ‘ଡିପ୍ଲୋପିଆ’ରେ ଜଣେ ବ୍ୟକ୍ତିଙ୍କ ଆଖିକୁ ଦୁଇ ଦୁଇଟି ଛବି ଆସିଥାଏ।

୨. ଏଠାରେ ମସ୍ତିଷ୍କର କାର୍ଯ୍ୟ ହେଉଛି, ଖରାପ ବା ବଙ୍କା ଆଖିରୁ ଯାଉଥିବା ଛବିକୁ ମସ୍ତିଷ୍କ ସର୍‌ପ୍ରେସ୍‌ କରିଥାଏ ଏବଂ ସେହି ଆଖି ଭବିଷ୍ୟତରେ ଧିରେ ଧିରେ ଖରାପ ହୋଇଯାଇଥାଏ।

୩. ଏହି ସମୟରେ ଛୁଆଙ୍କ ଆଖିରେ ଆମ୍‌ଲୋପିଆ  ବୃଦ୍ଧି  ହୋଇଥାଏ। ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଯେପରିକି ୬ ରୁ ୮ ବର୍ଷ ମଧ୍ୟରେ ସର୍ଜରୀ କରା ନ ଗଲେ ଭବିଷ୍ୟତରେ ଛୁଆଟିର ଆଖିଟି ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଯାଇଥାଏ। ଏପରିକି ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇଥାଏ।

ଟେରାପଣର କାରଣ କ’ଣ ?
୧. ଆଖିର ମାଂସପେଶୀ ଦୁର୍ବଳ ଥିଲେ ଏବଂ ଏହି ମାଂସପେଶୀ ସହିତ ଜଡ଼ିତ ଥିବା ଶିରାପ୍ରଶିରାରେ କୌଣସି ସମସ୍ୟା ଥିଲେ ଟେରାପଣ ଦେଖାଦେଇଥାଏ।

୨. ଏହାକୁ ଏକ ବଂଶଗତ ରୋଗ ମଧ୍ୟ କୁହାଯାଇପାରେ। ପରିବାରରେ ଯଦି ବାପା-ମାଙ୍କର ଆଖି ଟେରା ରହିଛି, ପିଲାଙ୍କର ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ।

୩. ଆହୁରି ମଧ୍ୟ ଛୋଟ ବେଳୁ ଯଦି ଆଖିରେ ମୋତିଆ ବିନ୍ଦୁ, ରେଟିନାରେ ସମସ୍ୟା କିମ୍ୱା କଳା ଡ଼ୋଳାରେ କିଛି ଦାଗ ରହିଥାଏ, ତେବେ ଛୁଆ ଗୋଟିଏ ଆଖିରେ ହିଁ ଦେଖିବା ଆରମ୍ଭ କରିଥାଏ। ଗୋଟିଏ ଆଖିରେ ପ୍ରେସର ପଡ଼ିବା ଯୋଗୁ ଟେରାପଣ ଦେଖାଦେଇଥାଏ।

୪. ଅନ୍ୟ ଏକ ସମସ୍ୟା ହେଲା ଯଦି ଆଖିର ପାୱାର ଅଧିକ ଥିବା ସତ୍ତ୍ୱେ ମଧ୍ୟ ଆପଣ ଚଷମା ବ୍ୟବହାର କରୁନାହାନ୍ତି, ତେବେ ଆପଣଙ୍କ କ୍ଷେତ୍ରରେ ଟେରାପଣ ସମସ୍ୟା ଦେଖା ଦେଇଥାଏ।
୫. ଆଖିରେ ମାଡ଼ ବାଜିବା ପରେ ମଧ୍ୟ ଏହି ସମସ୍ୟା ଆରମ୍ଭ ହୋଇଥାଏ।



from Odisha Reporter https://ift.tt/2LcJP2p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages