ନକଲି ପାଣି ବୋତଲ ବିକ୍ରି ଅଭିଯୋଗ, ୮୦୦ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ନକଲି ପାଣି ବୋତଲ ବିକ୍ରି ଅଭିଯୋଗ, ୮୦୦ ଗିରଫ

ନୂଆଦିଲ୍ଲୀ: ଟ୍ରେନରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲ ବିଶୁଦ୍ଧ ନୁହେଁ। କେବଳ ଅରିଜିନାଲ ଷ୍ଟିକର ଲାଗି ପାଣି ବୋତଲ ବିକ୍ରି ହେଉଥିଲା। ରେଳ ବିଭାଗ ଏ ନେଇ ଜାଣିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଖାପାଖି ୩୦୦ଟି ସ୍ଥାନରେ ରେଡ୍ କରି ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ ଗିରଫ କରିଥିବା ସୂଚନା ରହିଛି।

ଟ୍ରେନରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପେଣ୍ଟ୍ରୀ କାରର ମ୍ୟାନେଜର ଥିଲେ। ଚଢ଼ାଉ ବେଳେ ୪୮, ୮୬୦ ବୋତଲ ଜବତ ହୋଇଛି। ଆଗକୁ ମଧ୍ୟ ରେଳ ବିଭାଗ ଟ୍ରେନରେ ନକଲି ଜିନିଷ ବିକ୍ରି ହେଉଥିଲେ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।

ଟ୍ରେନରେ ଯାତ୍ରା ବେଳେ ପାଣି ବୋତଲ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ। ହେଲେ ଲୋକଙ୍କ ଦୁର୍ବଳତାର ଫାଇଦା ନେଇ ଏହି ନକଲି ପାଣି ବୋତଲ ବିକ୍ରି କରୁଥିଲେ ବ୍ୟବସାୟ।

ରାଜଧାନୀ ଏବଂ ଦୂରନ୍ତ ଭଳି କିଛି ଟ୍ରେନରେ ‘ନୀର’ ନାମରେ ମାଗାଣାରେ ପାଣି ବୋତଲ ଯାତ୍ରୀଙ୍କୁ ଦିଆଯାଇଥାଏ। କିନ୍ତୁ ଅନ୍ୟ ଟ୍ରେନରେ ଯାତ୍ରୀଙ୍କୁ ପାଣି ବୋତଲ କିଣିବାକୁ ପଡ଼ିଥାଏ।

ସୂଚନାଯୋଗ୍ୟ, ନିକଟରେ ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଭାରତୀୟ ରେଳ ବିଭାଗ କି କି ପଦକ୍ଷେପ ଗ୍ରହଣ କରିଛି ଏବଂ ପଦକ୍ଷେପ ନେବାକୁ ଯୋଜନା ରଖିଛି ସେ ସଂପର୍କରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଭାରତୀୟ ରେଳ ବିଭାଗକୁ ନୋଟିସ୍‌ ଜାରି କରିଥିଲେ।

ରେଳ ଷ୍ଟେସନ ଓ ଭାରତୀୟ ରେଳରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁ ନଥିବା ଅଭିଯୋଗ କରି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ୍‌) ଆଗତ ହୋଇଥିଲା।

 

 



from Odisha Reporter https://ift.tt/2XULfo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages