ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗାଁରେ ଏକ ଚାଷଜମିରେ ଏକ ବାଇକ ପଶିଯିବାରୁ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ଏଥିସହ ଆଉ ଦୁଇ ଜଣ କାଉଡ଼ିଆ ଆହତ ହୋଇଛନ୍ତି।
ମୃତ କାଉଡ଼ିଆଙ୍କ ନାଁ ଉତ୍ତମ ଲୁହୁରା। ଆହତଦ୍ୱୟ ହେଲେ ରବି ସାମଲ ଓ ସମୀର ପ୍ରଧାନ। ସମୀରଙ୍କ ଘର ଅଶନନାଳି ଗାଁରେ ହୋଇଥିବା ବେଳେ ଉତ୍ତମ ଓ ରବିଙ୍କ ଘର ସେହି ଗାଁର କଟାସାହିରେ।
ଗତକାଲି ସନ୍ଧ୍ୟାରେ ଉତ୍ତମ, ରବି ଓ ସମୀର ବୋଲବମ୍ ପାଇଁ ବାଇକ୍ ଯୋଗେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଟାଶର ମନ୍ଦିରକୁ ଯାଉଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭ଟା ବେଳେ କାଲକାଠ ଗାଁ ନିକଟରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ରାସ୍ତାର ବାମକଡ଼ରେ ଥିବା ଏକ ଚାଷ ଜମିରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଉତ୍ତମ ଓ ରବି ଗୁରୁତର ଆହତ ହୋଇଥିଲା ବେଳେ ସମୀର ସାମାନ୍ୟ ଆହତ ହୋଇଥିଲେ। ତେବେ ଡାକ୍ତର ସେଠାରେ ଉତ୍ତମକୁ ମୃତ ଘୋଷଣା କରିଥିଲେ। ରବିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପ୍ରାଥମିକ ଚିକିତ୍ସା ପରେ ସମୀରଙ୍କୁ ଘରକୁ ପଠାଇ ଦିଆଯାଇଛି।
from Odisha Reporter https://ift.tt/2Ybx5Qk
No comments:
Post a Comment