ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’କୁ ଅଢ଼େଇ ମାସରୁ ଅଧିକ ଦିନ ବିତିଗଲାଣି। ଟ୍ରାଫିକ୍ଗୁଡ଼ିକରେ ଅନେକ ଦିନ ହେଲା ବନ୍ଦ ଥିବା ଆଲୋକ ବ୍ୟବସ୍ଥା ଏବଂ ରାଜଧାନୀ ସାରା ବିଜୁଳି ଏବେ ସ୍ୱାଭାବିକ ହେଲାଣି। କିନ୍ତୁ ଏସବୁ ଭିତରେ ପ୍ରଶାସନ ଉପୁଡ଼ିପଡ଼ିଥିବା ଖୁଣ୍ଟିକୁ ଭୁଲିଯାଇଛନ୍ତି। ପୂରୁଣା ସ୍ଥାନରେ ନୂଆ ଷ୍ଟ୍ରୀଟ୍ ଲାଇଟ୍ ଖୁଣ୍ଟି ପୋତା ସରିଛି କିନ୍ତୁ ଏପର୍ଯ୍ୟନ୍ତ ଭଙ୍ଗା ଖୁଣ୍ଟି ସବୁ ବିପଦ ସଙ୍କୁଳ ଭାବେ ପଡ଼ି ରହିଛି।
ମେ ଫାୟାର ସାମ୍ନା ଇଏସ୍ଆଇ ହସ୍ପିଟାଲ ନିକଟସ୍ଥ ରାସ୍ତାରେ ଆମେ ଏଭଳି କିଛି ବିପଦସଙ୍କୁଳ ସ୍ଥିତିରେ ଥିବା ଖୁଣ୍ଟି ଦେଖିବାକୁ ପାଇଥିଲୁ। ଏହି ଖୁଣ୍ଟି ସବୁ ଗଛକୁ ଆଉଜି ରହିଛି। କିନ୍ତୁ ମୂଳଟି ପୋତା ଅବସ୍ଥାରେ ନୁହେଁ, ସମ୍ପୂର୍ଣ୍ଣ ଖୋଲାରେ ରହିଛି। ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏ ରାସ୍ତା ଦେଇ ବହୁ ଭିଭିଆଇପିଙ୍କ ସମେତ ଶହ ଶହ ଲୋକଙ୍କ ଯିବା ଆସିବା ଲାଗିରହିଥାଏ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏବେ ବର୍ଷାଦିନ ସରି ନଥିବାରୁ ଆଗାମୀ ଦିନରେ ଅଳ୍ପ କିଛି ପବନରେ ଏସବୁ ଖସିପଡ଼ିବାର ସମ୍ଭାବନା ରହିଛି। ଏହି ଖୁଣ୍ଟିଗୁଡ଼ିକ ଲୁହା ନିର୍ମିତ ହୋଇଥିବାର ଯାହା ଉପରେ ପଡ଼ିବ ଜୀବନ ଯିବା ନିଶ୍ଚିତ। କେବଳ ଏତିକି ନୁହେଁ, ବାତ୍ୟାର ଏତେ ଦିନ ପରେ ଏଥିରେ ଯେଉଁଭଳି ତାର ଗୁଡ଼େଇ ହୋଇ ରହିଛି, ତାହା ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
from Odisha Reporter https://ift.tt/30Mihov
No comments:
Post a Comment