ବାସ୍ତୁ ପ୍ରତିକାର ବଢ଼ାଇପାରେ ବ୍ୟବସାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ବାସ୍ତୁ ପ୍ରତିକାର ବଢ଼ାଇପାରେ ବ୍ୟବସାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନରେ ଉନ୍ନତି ଓ ଅଧିକରୁ ଅଧିକ ଅର୍ଥ ଉପାର୍ଜନର ସ୍ୱପ୍ନ ପ୍ରାୟ ସମସ୍ତେ ଦେଖିନ୍ତି। ଏହି ସ୍ୱପ୍ନ ପୂରଣ ପାଇଁ ସମସ୍ତେ ଯଥାସମ୍ଭବ ପ୍ରୟାସ ମଧ୍ୟ କରନ୍ତି। ତେବେ ବେଳେ ବେଳେ ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ମିଳିନାହିଁ। ଏହା ପଛରେ ଅନେକ କାରଣ ଥାଇପାରେ। ତେବେ ଉକ୍ତ କାରଣଗୁଡ଼ିକ ମଧ୍ୟରୁ ବାସ୍ତୁଦୋଷ ବି ଗୋଟିଏ ହୋଇପାରେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି ଓ ବ୍ୟବସାୟ ଭଲ ଚାଲି ନଥିବାରୁ ଚିନ୍ତିତ ଅଛନ୍ତି, ତା’ହେଲେ ବାସ୍ତୁ ଅନୁଯାୟୀ କିଛି ଉପାୟ ଆପଣାଇ ପାରିବେ। ତା’ହେଲେ ଆସନ୍ତୁ ଜାଣିବା କେଉଁ ବ୍ୟବସାୟ ପାଇଁ ବାସ୍ତୁର କେଉଁ ଉପାୟ ଆପଣାଇଲେ ବ୍ୟବସାୟ ବଢ଼ିବ।

୧- ଆପଣଙ୍କର ଯଦି ହୋଟେଲ ଅବା ରେଷ୍ଟୁରାଣ୍ଟ ଆଦି ଅଛି, ତା’ହେଲେ ସେଠାରେ ଗାଈ କିମ୍ବା ବାଛୁରୀର ପ୍ରତିମୂର୍ତ୍ତି ରଖନ୍ତୁ। ଏମିତି କଲେ ବ୍ୟବସାୟରେ ନିଶ୍ଚିତ ଭଲ ଚାଲିବ ବୋଲି କୁହାଯାଏ।

୨- ସୁନା, ରୁପା ତଥା ଗହଣା ସହ ଜଡ଼ିତ ବ୍ୟବସାୟ କରୁଥିଲେ ଘରେ ବେଡ୍‌ ରୁମ୍‌ରେ ମୟୂରପୁଚ୍ଛ ଟାଙ୍ଗନ୍ତୁ।

୩- ଗାଡ଼ି ସମ୍ବନ୍ଧୀୟ ବ୍ୟବସାୟ କରୁଥିଲେ ଦୋକାନରେ ଥିବା ଠାକୁର ଘରେ ଏକ ପିରାମିଡ୍ ରଖନ୍ତୁ। ଏହା ଶୁଭ ଫଳ ଦେଇଥାଏ।

୪- କପଡ଼ା ବ୍ୟବସାୟ କରୁଥିଲେ ଦୋକାନର ମୁଖ୍ୟ ଦ୍ୱାରରେ ଲାଲ୍‌ ରଙ୍ଗର କପଡ଼ା ଟାଙ୍ଗି ଦିଅନ୍ତୁ। ଏପରି କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ।



from Odisha Reporter https://ift.tt/2LVEjBx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages