ମାଡାଗାସ୍କର: ଏକ ବିମାନରୁ ଖସିପଡ଼ିବା କାରଣରୁ କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି। ଆଲାନା କଟ୍ଲ୍ୟାଣ୍ଡ ନାମକ ଏହି ଛାତ୍ରୀଙ୍କ ପରିବାର ଏଥିରେ ମ୍ରିୟମାଣ ହୋଇପଡ଼ିଛନ୍ତି। ବ୍ରିଟେନର ମିଲଟନ୍ କେନିସ୍ ଜନ୍ମିତ ଏହି ଛାତ୍ରୀ ଆଫ୍ରିକୀୟ ଦ୍ୱୀପ ମାଡାଗାସ୍କରରେ ଇଣ୍ଟର୍ଣ୍ଣଶିପ୍ କରୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ସେ ସେସେନା ଷ୍ଟାଇଲ୍ ହାଲୁକା ବିମାନରୁ ଖସିପଡ଼ିଥିଲେ। ଏହି ସମୟରେ ବିମାନଟି ସାଭାନ୍ନା ଉପର ଦେଇ ଉଡ଼ୁଥିଲା। ସେ ଏହି ବିଚ୍ଛିନ୍ନାଞ୍ଚଳରେ ଗବେଷଣା ଜାରି ରଖିଥିଲେ।
ବିମାନର ଡୋର ସେ ନିଜେ ଖୋଲିଥିଲେ କି ନା, ତାହା ଏଯାଏ ଜଣାପଡ଼ି ନାହିଁ।ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ଅତ୍ୟଧିକ ମ୍ୟାଲେରିଆ ଔଷଧ ସେବନ କାରଣରୁ ସେ ମାନସିକ ସନ୍ତୁଳନ ହରାଇଥାଇ ପାରନ୍ତି।
ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଆମ ଝିଅ ଆଲାନା ଜଣେ ସ୍ୱାଧୀନଚେତା ଯୁବତୀ ଥିଲା। ତାକୁ ଜାଣିଥିବା ସମସ୍ତେ ତାକୁ ଖୁବ ସ୍ନେହ କରୁଥିଲେ। ସେ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ଏତେ ଦୟାଶୀଳ ଥିଲା ଯେ, ସେ ଏତେମାତ୍ରାରେ ସମ୍ପର୍କ ତିଆରି କରିପାରିଥିଲା। ଆଲାନା ତାଙ୍କ କଲେଜ୍ର ଯୋଗ କର୍ମଶାଳାମାନଙ୍କରେ ସକ୍ରିୟ ଭୂମିକା ନିଭାଇ ଆସୁଥିଲେ।ସେ ତାଙ୍କ କଲେଜର ଡ୍ୟାନ୍ସ ସୋଶାଇଟି ଭାଇସ ପ୍ରେସିଡେଣ୍ଟ ଥିଲେ।
from Odisha Reporter https://ift.tt/2YFby21
No comments:
Post a Comment