ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଅର୍ଥ ତୋଷାରପାତ ଓ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବଦେନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ନାମଞ୍ଜୁର କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ । ଜଷ୍ଟିସ୍ ଆର. ବାନୁମତି ଏବଂ ଜଷ୍ଟିସ୍ ଏ.ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବେ ।
ଏଥିସହ ଚିଦାମ୍ବରମଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହେବା ଏବଂ ଟ୍ରାଏଲ୍ କୋର୍ଟ ତାଙ୍କୁ ସିବିଆଇ ହେପାଜତକୁ ପଠାଇବା ବିରୋଧରେ ମଧ୍ୟ ସେ କରିଥିବା ଆବେଦନ ଉପରେ ମଧ୍ୟ ଆଜି ଶୁଣାଣି ହୋଇପାରେ।
ଏଥିସହ ଚିଦାମ୍ବରମଙ୍କ ବିରୋଧରେ ହୋଇଥିବା ୩ଟି ଯାକ ମାମଲାକୁ ତାଲିକାଭୁକ୍ତ କରିବା ସହ ତଦନ୍ତକାରୀ ସଂସ୍ଥାମାନେ ଆଜି ନିଜ ପକ୍ଷ ରଖିବେ। ଏଥିନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ୨୧ ତାରିଖରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ନାଟକୀୟ ଢଙ୍ଗରେ ଗିରଫ ହୋଇଥିଲେ ପି. ଚିଦାମ୍ବରମ।
from Odisha Reporter https://ift.tt/2ZhwYnb
No comments:
Post a Comment