ଚଣ୍ଡିଗଡ: ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କ ସ୍ତ୍ରୀ ସ୍ନେହ ଲତାଙ୍କର ଦେହାନ୍ତ ହୋଇଛି। ଗତକାଲି ଗୁରୁଗାଁଓ ହସ୍ପିଟାଲରେ ୮୧ ବର୍ଷ ବୟସରେ ଚିକିତ୍ସାଧିୀନ ଅବସ୍ଥାରେ ସ୍ନେହଲତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।
ସୂଚନାଯୋଗ୍ୟ, ଓମ୍ ପ୍ରକାଶ ଚୌଟାଲା ଏବେ ଜେଲରେ ସଜା କାଟୁଛନ୍ତି। ଶିକ୍ଷକ ନିଯୁକ୍ତିରେ ଦୂର୍ନୀତି ଅଭିଯୋଗରେ ସେ ଏବେ ଜେଲରେ ଅଛନ୍ତି। ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ବେଳେ ସେ ପାଖରେ ନଥିଲେ। ଅନ୍ୟପଟେ ଗତକାଲି ସକାଳେ ଓମ୍ ପ୍ରକାଶ ଚୌଟାଲା ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିବା ତାଙ୍କ ଦଳ ଇଣ୍ଡିଆନ୍ ନ୍ୟାଶନାଲ ଲୋକ ଦଳ(ଆଇଏନଏଲଡି)ର ନେତା ଅଶୋକ ଆରୋରା କହିଛନ୍ତି।
ସେହିପରି ଓମ୍ ପ୍ରକାଶ ଚୌଟାଲାଙ୍କ ପୁଅ ଅଭୟ ଏକ ରାଲିକୁ ସମ୍ୱୋଧନ କରୁଥିବା ବେଳେ ତାଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଜାଣିବାକୁ ପାଇଥିଲେ। ଏହାପରେ ସେ ହସ୍ପିଟାଲକୁ ଆସିଥିଲେ।
ଆଜି ଅପରାହ୍ନରେ ସ୍ନେହ ଲତାଙ୍କ ଶେଷକୃତ୍ୟ ଚୈଟାଲାଙ୍କ ଗାଁରେ ହେବ ବୋଲି ସୂଚନା ରହିଛି। ହରିଆନାର ଅର୍ଥମନ୍ତ୍ରୀ କ୍ୟାପଟେନ୍ ଅଭିମନ୍ୟୁ ସ୍ନେହ ଲତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2MUYaRa
No comments:
Post a Comment