ଗାଁକୁ ରାସ୍ତା ନାହଁ, ପାହାଡ଼ ଉପରେ ପ୍ରସବ କଲେ ପ୍ରସୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ଗାଁକୁ ରାସ୍ତା ନାହଁ, ପାହାଡ଼ ଉପରେ ପ୍ରସବ କଲେ ପ୍ରସୂତି

ବାଲିଗୁଡ଼ା(ଅଜିତ୍‌ ନାୟକ): ଗାଁକୁ ରାସ୍ତା ନଥିବାରୁ ଡାକ୍ତରଖାନାକୁ ଦୋଳାରେ ବୋହି ଅଣାଯିବା ସମୟରେ ଜଣେ ପ୍ରସୂତି ପାହାଡ଼ ଉପରେ ପ୍ରସବ କରିଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।

ଦାରିଙ୍ଗବାଡ଼ି ବ୍ଲକ୍‌ ତାଜୁଙ୍ଗିଆ ପଞ୍ଚାୟତର ଡୁବୁରୀ ଗାଁର ନିକଦମ ମାଝିଙ୍କ ପତ୍ନୀ ମିକାନ୍ତି ଗତକାଲି ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଗାଁ ଲୋକେ ତାଙ୍କୁ ଦୋଳା ସାହାଯ୍ୟରେ ଡାକ୍ତରଖାନା ଅଣାଯାଉଥିଲା। ହେଲେ ପାହାଡ଼ ଉପରେ ମିକାନ୍ତିଙ୍କ ଯନ୍ତ୍ରଣା ଅସହ୍ୟ ହେବା ପରେ ସେଠାରେ ହିଁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ସ୍ଥାନୀୟ ଏଏନ୍‌ଏମ୍‌ ଓ ଆଶାକର୍ମୀ ମା’ଛୁଆଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

ଡୁବୁରୀ ଗାଁକୁ ଆଜି ଯାଏ ରାସ୍ତା ନଥିବା ଯୋଗୁ ୧୦୮ ଆମ୍ବୁଲାନ୍ସ ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି।  କେବେଳ ଡୁବୁରୀ ଗାଁ ନୁହେଁ, କନ୍ଧମାଳ ଜିଲ୍ଲାର ଅନେକ ଆଦିବାସୀ ଗାଁକୁ ରାସ୍ତା ନଥିବା ଯୋଗୁ ଆଜି ବି ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।



from Odisha Reporter https://ift.tt/2YM3PQQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages