ଗୁହାରି କେହି ଶୁଣିଲେନି, ଶେଷରେ ରାସ୍ତାରେ ଧାନ ରୋଇଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 3, 2019

ଗୁହାରି କେହି ଶୁଣିଲେନି, ଶେଷରେ ରାସ୍ତାରେ ଧାନ ରୋଇଲେ ଲୋକେ

କଣ୍ଟାବାଞ୍ଜି(ସୁରଦାସ ବାଗ):  ୪ ବର୍ଷ ତଳେ ହୋଇଥିଲା ରାସ୍ତା କାମ। ଏହାପରେ ମରାମତିର ନାଁ ଗନ୍ଧ ନାହିଁ।  ଏହା ମଧ୍ୟରେ ରାସ୍ତା ଅବସ୍ଥା ବେହାଲ ହୋଇଗଲାଣି।  ବର୍ଷା ହେଲେ ରାସ୍ତା ଉପରେ କାଦୁଅ ପଚପଚ। ଆଉ ଏହି ରାସ୍ତାରେ ଯାଇ ବହୁ ବାଇକ୍ ଅରୋହୀ ଓ ପାଦଚଲା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ଉତ୍ତର ମିଳୁଛି ହଁ କରିଦେବା। କିନ୍ତୁ ଫଳ ଶୂନ।

ସବୁ ଆଡ଼ୁ ନିରାଶ ହେବା ପରେ ପ୍ରଶାସନ ନିକଟରେ ନିଜ ପ୍ରତିବାଦ ଜଣାଇବାକୁ ଗାଁ ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ। ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତର ପିପଲମୁଣ୍ଡା ଗାଁରେ। ଗ୍ରାମବାସୀଙ୍କ ଏପରି ଅଭିନବ ପଦକ୍ଷେପକୁ ଅନ୍ୟମାନେ ପ୍ରଶଂସା କରିଛନ୍ତି ।

ଘଟଣାରୁ ଜଣାଯାଇଛି, ପିପଲମୁଣ୍ଡା ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଏଠାକାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ୱାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ମିଳୁ ନାହିଁ। ଗତ ୨୦୧୪-୧୫ ମସିହାରେ ମନେରଗା ଯୋଜନାରେ ଗାଁ ରାସ୍ତାରେ ମାଟି ବିଛା ଯାଇଥିଲା। ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ ଆଉ ରାସ୍ତା କାମ ହୋଇ ନାହିଁ।

ଏହି ରାସ୍ତା ଦେଇ ଗାଁ ଲୋକେ ଲୁକାପଡ଼ା,  ବଙ୍ଗୋମୁଣ୍ଡା, ବନ୍ଦରା ଓ କଣ୍ଟାବାଞ୍ଜି ସହରକୁ ଯାଇଥାଆନ୍ତି। ଅନେକ ସମୟରେ କାଦୁଅ ରାସ୍ତା ଯୋଗୁ ବାଇକ୍ ଆରୋହୀ କିମ୍ୱା ପାଦଚଲା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି,“ ଆମ ଗାଁର ରାସ୍ତା ଖରାପ ହୋଇଯାଇଛି।  ପିଲାମାନେ ସ୍କୁଲ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଗାଁକୁ କୌଣସି ଯାନବାହନ ଆସି ପାରୁ ନାହିଁ। ଏ ସମସ୍ୟା ସମ୍ପର୍କରେ ୱାର୍ଡମେମ୍ୱର, ସରପଞ୍ଚ ଓ ବିଡିଓଙ୍କୁ  ଅବଗତ କରାଯାଇଥିଲା । ହେଲେ ସେମାନେ କିଛି ପଦକ୍ଷେପ ଗ୍ରହଣ କଲେନି।

ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବ୍ଲକ୍‌ର ଭାରପ୍ରାପ୍ତ ବ୍ଲକ୍ ଅଧିକାରୀ ଦୀକ୍ଷିତ ବେହେରା କହିଛନ୍ତି,“ ଗାଁକୁ ଯାଇ ଦେଖିବି ଏବଂ ରାସ୍ତା ତିଆରି କେମିତି ହେବ ସେ ନେଇ ପଦକ୍ଷେପ ନେବି ।”



from Odisha Reporter https://ift.tt/2Zt5eIj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages