ବନ୍ଧୁ ପାଇଁ ଦିନଟିଏ- କେଉଁଠି କେବେ କରାଯାଏ ପାଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 3, 2019

ବନ୍ଧୁ ପାଇଁ ଦିନଟିଏ- କେଉଁଠି କେବେ କରାଯାଏ ପାଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବନ୍ଧୁ’ କେବଳ ଏକ ଶବ୍ଦ ନୁହେଁ, ଗୋଟେ ସୁନ୍ଦର ଅନୁଭବ। ଯିଏ ପ୍ରେମ, ବିଶ୍ୱାସ ଓ ଆବେଗରେ ଆମକୁ ବାନ୍ଧି ରଖେ ସେ ହେଉଛି ବନ୍ଧୁ। ପ୍ରତିକୂଳ ପରିସ୍ଥିତିରେ ଲଢ଼ି ଯିଏ ଛାଇପରି ପାଖରେ ଠିଆ ହୋଇରହେ ସେ ବନ୍ଧୁ। ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ଯିଏ ପ୍ରତିଶ୍ରୁତିବଦ୍ଧ ଥାଏ ଓ କେବେ ଆମ ହାତ ଛାଡ଼ି ଯାଏ ନାହିଁ, ସେ ବନ୍ଧୁ।

ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହା ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନକୁ ସାଙ୍ଗମାନେ ଭାବେ ଟିକେ ଅଲଗା ଭାବେ ପାଳନ କରନ୍ତି। ସେମାନେ ପରସ୍ପରକୁ ଚକଲେଟ୍‌, ଗ୍ରୀଟିଙ୍ଗ୍‌ସ କାର୍ଡ ଓ ଉପହାର ଦେଇ ବନ୍ଧୁତ୍ୱକୁ ଜାହିର କରନ୍ତି। ପରସ୍ପରକୁ ଫ୍ରେଣ୍ଡ୍‌ଶିପ୍ ବ୍ୟାଣ୍ଡ୍ ବାନ୍ଧନ୍ତି।  ପୂର୍ବରୁ କେବଳ ବିଦେଶରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥଲା। କିନ୍ତୁ ଏବେ ଏହା ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି।

ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ଫ୍ରେଣ୍ଡଶିପ୍‌ ଡେ’ ପାଳନ କରାଯାଏ। ଚଳିତ ବର୍ଷ ଏହା ଅଗଷ୍ଟ ୪ ଅର୍ଥାତ୍ ଆସନ୍ତାକାଲି ପଡୁଛି। ଭାରତ ସହିତ ବାଂଲାଦେଶ, ମ୍ୟାଲେସିଆ ଓ ୟୁଏଇରେ ମଧ୍ୟ ଆସନ୍ତାକାଲି ଫ୍ରେଣ୍ଡ୍‌ଶିପ୍ ଡେ’ ପାଳନ କରାଯିବ।  କୁହାଯାଏ ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକରେ ଜୋର ଧରିବା ଆରମ୍ଭ କରିଥିଲେ ବି ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା। ତେବେ ୧୯୫୮ ମସିହାରେ ପ୍ରଥମ ଥର ପାଇଁ ଏହାକୁ ସାରା ବିଶ୍ୱରେ ପାଳନ କରିବା ପାଇଁ ପ୍ରସ୍ତାବ ଆସିଥିଲା।

‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍‌’ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ପ୍ରଥମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରତିଷ୍ଠାତା ଥିଲେ ପାରାଗୁଏର ଡକ୍ଟର ରମନ୍ ଆର୍ଟେମିଓ ବ୍ରାଚୋ। ସେହିବର୍ଷ ଜୁଲାଇ ୨୦ ତାରିଖରେ ସେ ପାରାଗୁଏର ପ୍ୟୁର୍ଟୋ ପିନାସ୍କୋ ସହରରେ ତାଙ୍କ ସାଙ୍ଗମାନଙ୍କ ସହିତ ରାତ୍ରଭୋଜନ କରୁଥିବା ବେଳେ ‘ବିଶ୍ୱ ବନ୍ଧୁତ୍ୱ ଦିବସ’ ପାଳନର ପ୍ରସ୍ତାବ ଦେଇଥିଲେ। ସେହି ରାତିରେ ହିଁ ‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍‌’ ପ୍ରତିଷ୍ଠା ହୋଇଥିଲା ଓ ଜୁଲାଇ ୩୦ ତାରିଖରେ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଜୁଲାଇ ୩୦ ତାରିଖକୁ ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିବାକୁ ସଂଗଠନ ପକ୍ଷରୁ ଜାତିସଂଘ ନିକଟରେ ନିବେଦନ କରାଯାଇଥିଲା। ବହୁ ପ୍ରୟାସ ପରେ ଶେଷରେ ୨୦୧୧ ଏପ୍ରିଲ୍ ୨୭ ତାରିଖରେ ଜାତିସଂଘ ଜୁଲାଇ ୩୦ ତାରିଖକୁ ‘ଇଣ୍ଟରନ୍ୟାଶ୍‌ନାଲ୍ ଫ୍ରେଣ୍ଡଶିପ୍ ଡେ’ ବା ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିଥିଲେ। ତେବେ ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ।

 

ଭାରତ ଭଳି ଆହୁରି ଅନେକ ଦେଶ ଅଛନ୍ତି, ଯେଉଁମାନେ ଜୁଲାଇ ୩୦ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି ନାହିଁ। ଆର୍ଜେଣ୍ଟିନାରେ ଜୁଲାଇ ୨୦ରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ବେଳେ ବୋଲିଭିଆରେ ଜୁଲାଇ ୨୩, ବ୍ରାଜିଲ୍‌ରେ ଜୁଲାଇ ୨୦, କୋଲୋମ୍ବିଆରେ ମାର୍ଚ୍ଚ ମାସ ଦ୍ୱିତୀୟ ଶନିବାର, ୟୁକୋଡୋର୍‌ରେ ଜୁଲାଇ ୧୪, ମ୍ୟାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାର, ପାକିସ୍ତାନରେ ଜୁଲାଇ ୧୯, ସ୍ପେନ୍‌ରେ ଜୁଲାଇ ୨୦, ଉରୁଗୁଏରେ ଜୁଲାଇ ୨୦, ଆମେରିକାରେ ଫେବ୍ରୁଆରୀ ୧୫ ଓ ଭେନେଜୁଏଲାରେ ଜୁଲାଇ ୧୪ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ।



from Odisha Reporter https://ift.tt/31kjaox

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages