ଭାରତର ୫ ଯବାନ ନିହତ ହୋଇଥିବା ପାକିସ୍ତାନର ଦାବିକୁ ଖାରଜ କଲା ଭାରତୀୟ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଭାରତର ୫ ଯବାନ ନିହତ ହୋଇଥିବା ପାକିସ୍ତାନର ଦାବିକୁ ଖାରଜ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଯବାନ ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି।

ସୂଚନାଯୋଗ୍ୟ, ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ ଯବାନଙ୍କ ପ୍ରାଣହାନି ହୋଇଥିଲା। ଯାହାକୁ ପାକିସ୍ତାନ ମଧ୍ୟ ସ୍ୱୀକାର କରିଛି।

ଏହାପରେ ଭାରତର ୫ ଯବାନ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଥିବା ପାକିସ୍ତାନ ଆର୍ମିର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର ଟୁଇଟ କରି କହିଥିଲେ। ଏମିତିକି ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ କଶ୍ମୀର ସ୍ଥିତିକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି ବୋଲି ପାକିସ୍ତାନ ସେନାର ମୁଖପାତ୍ର କହିଥିଲେ।

ଏହାପରେ ପାକିସ୍ତାନର ଏହି ଦାବିକୁ ଆଜି ଭାରତୀୟ ସେନା ଖାରଜ କରିବା ସହିତ ଏହାକୁ ଭିତ୍ତିହୀନ ବୋଲି କହିଛି।



from Odisha Reporter https://ift.tt/2MksJAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages