ଚାନ୍ଦା କରି ସହିଦଙ୍କ ପତ୍ନୀଙ୍କୁ ରାକ୍ଷୀରେ ଏହି ନୂଆ କୋଠାଘର ଦେଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଚାନ୍ଦା କରି ସହିଦଙ୍କ ପତ୍ନୀଙ୍କୁ ରାକ୍ଷୀରେ ଏହି ନୂଆ କୋଠାଘର ଦେଲେ ଗାଁ ଲୋକେ

ଭୋପାଲ୍: ଗତକାଲି ପବିତ୍ର ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଥିଲା। ଏହି ଅବସରରେ ଭାଇମାନେ ଭଉଣୀମାନଙ୍କୁ ଅନେକ ଉପହାର ଦେଇଥାନ୍ତି। କିନ୍ତୁ ମଧ୍ୟପ୍ରଦେଶର ଜଣେ ସହିଦଙ୍କ ପତ୍ନୀଙ୍କୁ ଗାଁ ଲୋକେ ମିଶି ଏକ ନୂଆ କୋଠା ଉପହାର ଦେଇଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ହାବିଲଦାର ମୋହନ ସିଂହ ସୁନେର ୧୯୯୨ ମସିହାରେ ସହିଦ ହୋଇଥିଲେ। ତାଙ୍କ ଘର ମଧ୍ୟପ୍ରଦେଶ ଦେପଲପୁର ଜିଲ୍ଲାର ପିର ପିପଲିୟା ଗାଁରେ। ସହିଦଙ୍କ ସ୍ତ୍ରୀ ରାଜୁ ବାଈ ଓ ତାଙ୍କ ଦୁଇ ସନ୍ତାନ ଦୀର୍ଘ ୨୭ ବର୍ଷ ହେବ ଏକ ମାଟି କାନ୍ଥ ଥିବା ଅଧା ଆଜବେଷ୍ଟସ ଏବଂ ଟାଇଲ ମିଶା ଛପର ଘରେ ରହି ଆସୁଖିଲେ। ସହିଦଙ୍କ ପରିବାର ହୋଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ସେମିତି କିଛି ସହାୟତା ଦେଇ ନଥିଲେ। ମାତ୍ର ୭୦୦ ଟଙ୍କା ମାସିକ ଭତ୍ତା ପାଉଥିଲେ ସହିଦଙ୍କ ପତ୍ନୀ। ଏହାକୁ ନେଇ ଗାଁଲୋକେ ଅନେକ ନେତାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ମିଳିନଥିଲା।

ଏହାପରେ ଗାଁ ଭାଇମାନେ ଏକାଠି ହୋଇ ଚାନ୍ଦା କରି ରାଜୁ ବାଈଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୧ ଲକ୍ଷ ଟଙ୍କାର ନୂଆ କୋଠା ଉପହାର ଦେଇଛନ୍ତି। ଉପହାର ଦେବା ବେଳେ ସମସ୍ତ ଗାଁ ଲୋକେ ହାତ ଦେଖାଇଥିଲେ ଏହା ଉପରେ ରାଜୁ ବାଈ ଚାଲି ଚାଲି ନୂଆ ଘରେ ପ୍ରବେଶ କରିଥିଲେ।

ଆଗାମୀ ଦିନରେ ସହିଦ ମୋହନ ସିଂହ ସୁନେରଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଗାଁ ଲୋକେ ଲକ୍ଷ୍ୟ ରଖିଛନ୍ତି। ଏଥିସହ ସହିଦ ସୁନେଇ ପାଠ ପଢ଼ିଥିବା ଗାଁ ସ୍କୁଲଙ୍କୁ ମୋହନ ସିଂହଙ୍କ ନାମରେ ନାମିତ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି।


from Odisha Reporter https://ift.tt/2TGcPRI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages