‘ମିଷ୍ଟର କହ୍ନେୟା’ ଫିଲ୍ମର ପ୍ରଡକ୍ସନ୍ ହାଉସ୍‌କୁ ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

‘ମିଷ୍ଟର କହ୍ନେୟା’ ଫିଲ୍ମର ପ୍ରଡକ୍ସନ୍ ହାଉସ୍‌କୁ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅପ୍‌କମିଂ ଓଡ଼ିଆ ଫିଲ୍ମ ‘Mr. କହ୍ନେୟା’ ଫିଲ୍ମର ବିବାଦୀୟ ପୋଷ୍ଟର ପାଇଁ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ୍‌ କରାଯାଇଛି । ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ବିବାଦୀୟ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା।

‘ମିଷ୍ଟର କହ୍ନେୟା’ର ପୋଷ୍ଟରରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବାରୁ ହାସ୍ୟ ଅଭିନେତା ପପୁ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନିର୍ମାଣ ହେଉଥିବା ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବାକୁ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।

ଏନେଇ ଗତ ୧୮ ତାରିଖରେ ଚଳଚ୍ଚିତ୍ରର ଅଭିନେତା ପପୁ ପମ୍‌ ପମ୍‌ ମୁହଁ କୋଲିଥିଲେ। ସେ କହିଥିଲେ,“ଏ କନ୍‌ସେପ୍ଟ ମୋର ନୁହେଁ। ଏ ନେଇ ମୁଁ ପ୍ରଯୋଜକଙ୍କ ସହିତ ବି କଥା ହୋଇଥିଲି। ଏହା ଆମ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ ବୋଲି ସେ ମୋତେ କହିଥିଲେ।

ସୂଚନାଯୋଗ୍ୟ, ଆସନ୍ତା ଗଣେଶ ପୂଜାରେ ରିଲିଜ ହେବ ପପୁଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ଏକ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଯେଉଁଥିରେ ୭ ଜଣ ଝିଅ ତଳେ ଆଣ୍ଠେଇ ଥିବା ବେଳେ ସେମାନଙ୍କ ବେକରେ ଲାଗିଥିବା ରଶିକୁ ଧରି ‘ସାରଥି’ ଷ୍ଟାଇଲ୍‌ରେ ଛିଡ଼ା ହୋଇଛନ୍ତି ପପୁ। ଏହି ପୋଷ୍ଟରକୁ ସୋଶାଲ୍ ମିଡିଆରେ ଦୃଢ଼ ନିନ୍ଦା କରାଯାଇଛି। ଏଥିରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା କୁହାଯାଇଛି। ତା’ସହିତ ଏହା ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି ବୋଲି ଫେସ୍‌ବୁକ୍‌ରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟ କେତେଜଣ ଏହାକୁ ଏକ ଅଯଥା ବିବାଦ ବୋଲି କହି ହିନ୍ଦୀ ଫିଲ୍ମ ‘ପ୍ୟାର୍‌ କି ପଞ୍ଚନାମା’ର ପୋଷ୍ଟରକୁ ପୋଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେହି ଫିଲ୍ମର ପୋଷ୍ଟରରେ ତିନି ଜଣ ମହିଳା ପୋଷା କୁକୁର ଭଳି ତିନିଜଣ ପୁରୁଷଙ୍କ ବେକରେ ଫିତା ବାନ୍ଧି ହସୁଥିବା ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2P0NfYP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages