ଧାରା ୩୭୦: ଭାରତକୁ ବିରୋଧ କରିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲା ବ୍ରିଟେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ଧାରା ୩୭୦: ଭାରତକୁ ବିରୋଧ କରିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲା ବ୍ରିଟେନ୍‌

ଲଣ୍ଡନ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଓ ଚାଇନା ଯେଉଁ ଚକ୍ରାନ୍ତ କରୁଥିଲେ, ତା’ହା ଫସର ଫାଟିଛି। ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପୂର୍ବରୁ କୁହାଯାଉଥିଲା ବ୍ରିଟେନ୍ ଏହି ସମୟରେ କଶ୍ମୀର ବିତର୍କରେ ଭାଗ ନେଇଥିଲା ଏବଂ ଭାରତ ବିରୋଧରେ ଚାଇନା ପ୍ରସ୍ତୁତ କରିଥିବା ଡ୍ରାଫ୍ଟକୁ ସମର୍ଥନ କରିଥିଲା।

ତେବେ ଆଜି ବ୍ରିଟେନ୍ ପକ୍ଷରୁ ଏହାକୁ ଖାରଜ କରଯାଇଛି। ବ୍ରିଟେନର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲଣ୍ଡନ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ କିମ୍ବା ଚାଇନାକୁ ସମର୍ଥନ କରି ନଥିଲା। ବ୍ରିଟେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଆମେ କଶ୍ମୀର ବିତର୍କରେ ଭାଗ ନେଇ ନାହୁଁ କିମ୍ବା କାହାକୁ ସମର୍ଥନ କରିନାହୁଁ।

ଭାରତ ବିରୋଧରେ ଆମେ କେବେ ଯାଇ ନାହୁଁ। ଆମେ ଦୀର୍ଘ ଦିନରୁ କହି ଆସିଛୁ ଯେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ପ୍ରସଙ୍ଗ। ତେଣୁ ଉଭୟ ଦେଶ ଏହାର ସମାଧାନ କରିବା ଦରକାର। କେବଳ ଚାଇନା ଜାତିସଂଘ ବୈଠକ ଡାକିଥିଲା। ଏଥିରେ ଆମର କୌଣସି ଭୂମିକା ନଥିଲା।

ଏହି ବୈଠକରେ ଭାରତ କିମ୍ବା ପାକିସ୍ତାନ ପ୍ରତିନିଧି ଉପସ୍ଥିତ ନଥିଲେ। ବୈଠକ ପରେ କୌଣସି ନିର୍ଦ୍ଦେଶନମା ଜାରି ହୋଇନାହିଁ। ୫୦ରୁ ୬୦ ବର୍ଷ ପରେ ଜାତିସଂଘ ସୁରକ୍ଷା ପରିଷଦ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲା।

ବୈଠକ ପରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନଥିଲେ ବି ସୋଶାଲ ମିଡିଆରେ ବ୍ରିଟେନ୍ ଓ ଭାରତ ମଧ୍ୟରେ ଥିବା ତିକ୍ତତାର ପ୍ରଚାର କରାଯାଇଥିଲା। ବ୍ରିଟେନ୍ କୁଆଡ଼େ ଚାଇନା ପ୍ରସ୍ତୁତ କରିଥିବା ଭାରତ ବିରୋଧୀ ଟ୍ରାଫ୍ଟର ସମର୍ଥନ କରିଥିଲା ବୋଲି ଟ୍ୱିଟର ବ୍ୟବହାରକାରୀ କହିଥିଲେ। ହେଲେ ମୁଁ ଏଠାରେ କହିବାକୁ ଚାହେଁ ଯେ ବ୍ରିଟେନ୍ ଆଦୌ ଭାରତ ବିରୋଧରେ କୌଣସି ପ୍ରସ୍ତାବକୁ ସମର୍ଥନ କରିନାହିଁ।”



from Odisha Reporter https://ift.tt/2MreIR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages