ଭୁବନେଶ୍ୱର(ଓଡ଼ିଶା ରିର୍ପୋଟର): ଆଜିଠୁ ଲାଗୁ ହେଉଛି ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ କାର୍ଡ ବ୍ୟବସ୍ଥା। ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର ଯେକୌଣସି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ହିତାଧିକାରୀ ନେଇ ପାରିବେ ରାସନ।
ବାସସ୍ଥାନ ବଦଳାନ୍ତୁ କିମ୍ବା କାମଧନ୍ଦା ଅବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତୁ, ଯେଉଁଠି ରହିଲେ ବି ରାସନ କାର୍ଡ କାମ ଦେବ । ଏଣିକି ରାଜ୍ୟର ଯେ କୌଣସି ରାସନ ସାମଗ୍ରୀ କେନ୍ଦ୍ରରୁ ହିତାଧିକାରୀ ପାଇପାରିବେ ଚାଉଳ, ଗହମ ଓ କିରୋସିନ୍। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀମାନେ ଏହି ସୁବିଧା ପାଇବେ।
କେନ୍ଦ୍ର ସରକାରଙ୍କ ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ କାର୍ଡ ବ୍ୟବସ୍ଥା ଅନୁସାରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହେବାକୁ ଯାଉଛି ଏହାର ପାଇଲଟ୍ ପ୍ରୋଜେକ୍ଟ।
from Odisha Reporter https://ift.tt/2MOyk2a
No comments:
Post a Comment