ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ମୃତ

ନୂଆଦିଲ୍ଲୀ:ଆମେରିକାର ଟେକସାସ୍‌ର ମିଡଲ୍ୟାଣ୍ଡ ନିକଟ ଓଡେଶା ଅଞ୍ଚଳରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସର କହିବାଅନୁସାରେ, ଗତକାଲି  ଦୁଇ ଜଣ ଆତତାୟୀ ପ୍ରଥମେ  ଏକ ଟ୍ରକ୍‌କୁ ହାଇଜ୍ୟାକ୍‌  କରିଥିଲେ। ଏହାପରେ ଗୁଳିମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ  ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମାସରେ  ଆମେରିକାର ଟେକସାସ୍‌ ଓ  ଅହିୟାରେ ଦୁଇଟି ଭିନ୍ନ ଭିନ୍ନ ଗୁଳିମାଡ଼ ଘଟଣାରେ  ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୪୦ରୁ ଅଧିକ  ଲୋକ ଆହତ ହୋଇଥିଲେ।



from Odisha Reporter https://ift.tt/2ZDtrux

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages