ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି  ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ।

୧. ବାସ୍ତୁ ଅନୁସାରେ ଘରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

୨. ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି ଯାଇଥାଏ। ବିଶେଷ କରି ଖରାପ ଆତ୍ମାଙ୍କ ପ୍ରଭାବ କମିଥାଏ।

 

 

୩. ମୟୂର ପରକୁ କୌଣସି ମନ୍ଦିର କିମ୍ୱା ରାଧା-କୃଷ୍ଣ ମୂର୍ତ୍ତିଙ୍କ ମୁକୁଟରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାପନା କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଲହୁଣି ଓ ମିଶିରି ଲାଗି କରନ୍ତୁ। ପରେ ଏହାକୁ ଆଣି ଘରେ ଆଲମାରୀରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ ବୋଲି କୁହାଯାଏ। ଏହା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

୪. ବାସ୍ତୁ ଅନୁସାରେ ମୟୂର ପର କାଳ ସର୍ପ ଦୋଷ ଦୂର କରିଥାଏ। ଯଦି କେହି କାଳ ସର୍ପ ଦୋଷ ଭୋଗ କରୁଥା’ନ୍ତି, ତା’ହେଲେ ସୋମବାର ରାତିରେ ଏକ ତକିଆ ଖୋଳରେ ୭ଟି ମୟୂର ପରକୁ ରଖନ୍ତୁ ଏବଂ ଶୋଇବା ସମୟରେ ଏହି ତକିଆକୁ ବ୍ୟବହାର କରନ୍ତୁ।



from Odisha Reporter https://ift.tt/32gSDsJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages