ପୋଲ ତଳକୁ ଖସି ପଡ଼ିଲା ଡମ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ପୋଲ ତଳକୁ ଖସି ପଡ଼ିଲା ଡମ୍ପର

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅନ୍ତର୍ଗତ ଟେନ୍‌ସା ଅଞ୍ଚଳରେ ଥିବା ୧୬ ନମ୍ବର ଘାଟିରେ ଏକ ଡମ୍ପର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶୀଲ ମୁଣ୍ଡା। ତାଙ୍କ ଘର କେ. ବଳଙ୍ଗ ଥାନାର କୁଦାମୂଷା ଗାଁରେ ବୋଲି ଜଣାପଡ଼ିଛି।

ଆଜି ଭୋରରେ ସୁଶୀଲ ଡମ୍ପର ନେଇ ଟେନ୍‌ସାରୁ ରଜାମୁଣ୍ଡା ଆସୁଥିଲେ। ଏହି ସମୟରେ ୧୬ ନମ୍ବର ଘାଟିରେ ଡମ୍ପରଟି ଭାରସାମ୍ୟ ହରାଇ ପୋଲରୁ ୧୫୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ସୁଶୀଲଙ୍କ ମୃତ୍ୟୁ ଘଟିଥିଲା।

ରାସ୍ତା ଖରାପ ଯୋଗୁ ବିଭିନ୍ନ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/349CruL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages