ପିଆଜ କହୁଛି ମତେ ଛୁଅଁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ପିଆଜ କହୁଛି ମତେ ଛୁଅଁନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର। ଯେଉଁ ପିଆଜ ସପ୍ତାହେ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବଜାରରେ ବିକ୍ରି ହେଉଥିଲା ଏବେ ତାହା ୩୫ଟଙ୍କା ଛୁଇଁଲାଣି।

ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ନେଇ ନିଦାବିଷ୍ଣୁ ହୋଇ ବସିଥିବା ବେଳେ ପିଆଜ ଦର ଉପରେ ଲଗାମ୍ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମେ ରାଜଧାନୀ ଦିଲ୍ଲୀରେ ପିଆଜ ଦର ସ୍ଥିତି ଉପରେ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ସଚିବ ଅବିନାଶ କେ. ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଫେଡ୍ ଓ ଏନ୍‌ସିସିଏଫ୍‌ର ପରିଚାଳନା ନିର୍ଦ୍ଦେଶକ ଯୋଗ ଦେଇଥିଲେ।

ଯେଉଁଥିରେ ସଫଲ ଆଉଟ୍‌ଲେଟ୍‌ରେ ପିଆଜ କିଲୋ ଯେପରି ୨୩.୯୦ ପଇସା ଟପିବ ନାହିଁ ବୋଲି ସେ ନେଇ ନିଷ୍ପତ୍ତି ହୋଇଛି। କେବଳ ଦିଲ୍ଲୀ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ବଜାର ଦର ସ୍ଥିତି ଉପରେ ବିଭାଗ ପକ୍ଷରୁ ନିୟମିତ ସମୀକ୍ଷା କରାଯିବା ସହ କଳାବଜାରୀ ଓ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦରରେ ପିଆଜ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ରାଜ୍ୟ ବ୍ୟବସାୟୀ ସଂଘର ସୂଚନା ଅନୁସାରେ ନାସିକ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ତାଡ଼େପିଲଗୁଡେମରୁ ପିଆଜ ଆସି ପାରୁ ନ ଥିବାରୁ ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଛି। ଫଳରେ ପି‌ଆଜ ଦର ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟା ୧୦ରୁ ୧୫ ଦିନ ଲାଗି ରହିବ ବୋଲି କୁହାଯାଉଛି।



from Odisha Reporter https://ift.tt/2KOtTSo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages